ଝରିଗାଁରେ ଜେଜେବାପା ଜେଜେମା ଦିବସ ପାଳିତ।

Nov 14, 2025 - 19:02
 0  29
ଝରିଗାଁରେ ଜେଜେବାପା ଜେଜେମା ଦିବସ ପାଳିତ।

ଝରିଗାଁ,୧୪l୧୧(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ସଦର ମହକୁମା ଠାରେ ଥିବା ନୂତନ ଭାବେ ଭିଜନ ପବ୍ଲିକ ସ୍କୁଲ ଖୋଲିବା ପରେ ଆଜି ହେପି ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ସଭାପତି ତଥା ପରିଚାଳନା ନିର୍ଦେଶକ ବିରେନ୍ଦ୍ର କୁମାର ପାଢୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଅତିଥି ଭାବେ ସଞ୍ଜୟ ଜୈନ, ନିରୂପମା ମିଶ୍ର,ରମେଶ ପଟ୍ଟନାୟକ, ମନୋଜ ନାୟକ,ଜୟଶ୍ରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରଥମେ ବିଦ୍ୟାଳୟର ଶିକ୍ଷୟିତ୍ରୀ ନିହାରିକା ପନକା ସ୍ୱାତଗ ସଙ୍ଗୀତ ପରିବେଷଣ କରିଥିଲେ।ସେହିପରି ଅଭିବାହିକା ମାନଙ୍କ ମଧ୍ୟରେ ରୂପଲି ମିଶ୍ର,ଅମିତା ସାସମାଲ, ପୁଷ୍ପାଞ୍ଜଳି ହରିଜନ,ଅର୍ଣ୍ଣପୁର୍ଣ୍ଣା ପୂଜାରୀ ପ୍ରମୁଖ ଜେଜେବାପା ଜେଜେମାଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ପରିବେଷଣ କରିଥିଲେ।ଶେଷରେ ଜେଜେମା ମାନଙ୍କୁ ନେଇ ମ୍ୟାଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରଥମ ଦ୍ୱତୀୟ ଓ ତୃତୀୟ ସ୍ଥାନ ପାଇଥିବା କ୍ଷୀରୋଦା ଦେଇ ଦାସ,ବିନୋଦିନୀ ରଥ,ଶୁକ୍ରୀ ହରିଜଙ୍କୁ ଅନୁଷ୍ଠାନ ପକ୍ଷରୁ ଉପହାର ପ୍ରଦାନ କରିଥିଲେ।ଭାରପ୍ରାପ୍ତ ଅଧ୍ୟକ୍ଷ ହରେଶ ସରୀ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସହ ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR