ଝରିଗାଁ ଠାରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ ।
ଝରିଗାଁ,୧୪l୧୧ (ଷ୍ଟାର ନିୟୁଜ ଓଡିଶା): ନୁଆଁପଡା ନିର୍ବାଚନ ଓ ବିହାର ନିର୍ବାଚନ ରେ ବିଜେପି ବାଜି ମାରିନେବା ପରେ ଆଜି ଦେଶର କୋଣେ ଅନୁକୋଣେ ବିଜେପି ଦଳୀୟ ନେତା, କର୍ମୀ ଓ ସମର୍ଥକ ମାନେ ବିଜୟ ଉତ୍ସବ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମା ଠାରେ ମଧ୍ୟ ବିଜେପି ପକ୍ଷରୁ ଏହି ବିଜୟ ଉତ୍ସବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି |ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବରିଷ୍ଠ ବିଜେପି କର୍ମୀ ପ୍ରଫୁଲ୍ଲ ପ୍ରଧାନୀ,ଝରିଗାଁ ନିର୍ବାଚନ ମଣ୍ଡଳୀର ସଭାପତି ଗଣପତି ସାହୁ,ଝାଡ଼େଶ୍ୱର ସାହୁ, ଜେକି, ଆକାଶ,ସୁଦାମ ତିୱାରୀଙ୍କ ସମେତ ଝରିଗାଁ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ସଂଘଠକ,କର୍ମୀ ଓ ସମର୍ଥକ ଉପସ୍ଥିତ ରହି ବାଞ୍ଜିଆମ୍ବା ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ଝରିଗାଁ ପହଂଚିଥିଲେ ଓ ଝରିଗାଁ ଜଗନ୍ନାଥ ମନ୍ଦିରକୁ ଯାଇ ଧୂପ ଦୀପ ଦେଇ ପୂଜାର୍ଚନା କରିବା ସହିତ ବିଭିନ୍ନ ପ୍ରକାର ବାଣ ଫୁଟେଇ ବିଜୟ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ
What's Your Reaction?