ଶିଶୁ ଦିବସରେ ସ୍କୁଲ ୟୁନିଫର୍ମ ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ଯୋଗଦାନ ।

Nov 14, 2025 - 17:31
0 81
ଶିଶୁ ଦିବସରେ ସ୍କୁଲ ୟୁନିଫର୍ମ ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ଯୋଗଦାନ ।

ଝରିଗାଁ,୧୪l୧୧(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଫୁର୍ଲା ଉଚ୍ଚ ବିଦ୍ୟାଳୟର ସ୍କୁଲ ୟୁନିଫର୍ମ ବଣ୍ଟନ କାର୍ଯ୍ୟକ୍ରମରେ ଆଜି ଝରୀଗାଁ ବିଧାୟକ ନରସିଂହ ଭତରା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି |ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବଳ, ଚାଟିଗୁଡା ସିଆରସିସି ଅବିନାଶ ବିଶ୍ୱାସ, ଛୋଟାଗୁଡା ସିଆରସିସି କନକ କାନ୍ତ ସାମଲ, ସ୍କୁଲ ପରିଚାଳନା କମିଟିର ସଦସ୍ୟା ରୀନାରାଣୀ ଭତରା,ପଞ୍ଚସଖା ଶିକ୍ଷାସେତୁ ସଭାପତି ଜୟଦେବ ଭତରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଲ ସ୍କୁଲ ଡ୍ରେସ, ହଲେ ଜୋତା, ଟ୍ରାକ ସୁଟ ଏବଂ ଟି ସାର୍ଟ, ସକ୍ସ ଇତ୍ୟାଦି ବଣ୍ଟନ କରାଯାଇଥିବା ବେଳେ ବିଧାୟକ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ନୂତନ ଶିକ୍ଷାନିତୀ ଓ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରିଥିଲେ |କାର୍ଯ୍ୟକ୍ରମର ଶେଷରେ ବିଧାୟକ ଛାତ୍ରଛାତ୍ରୀ ମାନଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ କରିଥିଲେ ଖାଦ୍ୟ ର ମାନ ବହୁତ ଭଲ ଥିଲା ବଳି ପ୍ରକାଶ କରିଥିଲେ,ପରିବେଷ ବହୁତ ସୁନ୍ଦର ଓ ପରିସ୍କାର ପରିଛନ୍ନ ଥିବାର ଦେଖି ବହୁତ ଖୁସି ହଇ ଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ବିଦାୟ ନେଇଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User