ଝରିଗାଁ ଠାରେ ବନ୍ଦେ ମାତରମ ରାଷ୍ଟ୍ରଗୀତର 150 ବର୍ଷ ପୂର୍ତ୍ତି ପାଳିତ ।

Nov 23, 2025 - 18:24
 0  41
ଝରିଗାଁ ଠାରେ ବନ୍ଦେ ମାତରମ ରାଷ୍ଟ୍ରଗୀତର 150 ବର୍ଷ ପୂର୍ତ୍ତି ପାଳିତ ।

ଝରିଗାଁ,୨୩l୧୧ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପ ପରିସର ମଧ୍ୟରେ ଝରିଗାଁ ବିଧାନସଭା ସ୍ତରୀୟ ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତର 150 ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି |ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା, ବିଜେପି ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ପୂର୍ବତନ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ,ଜିଲ୍ଲା ଉପ ସଭାପତି ଚନ୍ଦ୍ରଭାନୁ ନାୟକ,କୃଷକ ମୋର୍ଚା ସଭାପତି ସୋନା ମାଝୀ,ବରିଷ୍ଠ ବିଜେପି ନେତା ଜଗଦିଶ କଲାର,ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବିଷୋୟୀ ପ୍ରମୁଖ ମଞ୍ଚାସିନ ରହିଥିଲେ |ମୁଖ୍ୟ ଅତିଥି ସାଂସଦ ବଳଭଦ୍ର ମାଝୀ ଓ ସମ୍ମାନିତ ଅତିଥି ବିଧାୟକ ନରସିଂହ ଭତରା ବନ୍ଦେ ମାତରମ ଉପରେ ସଚେତନ କରିବା ସହ ସ୍ବଦେଶୀ ଆପଣାଇବାକୁ ପରାମର୍ଶ ଦେଇଥିଲେ |କାର୍ଯ୍ୟକ୍ରମରେ ବିଜେପିର ବ୍ଲକ ସଭାପତି, ପଂଚାୟତ ସଭାପତି, ମଣ୍ଡଳ ସଭାପତି ଙ୍କ ସମେତ ସମସ୍ତ କର୍ମୀ ଓ ସମର୍ଥକମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ |କାର୍ଯ୍ୟକ୍ରମର ଶେଷରେ ସମସ୍ତେ ଆତ୍ମ ନିର୍ଭରଶୀଲ ଭାରତ ପାଇଁ ସଂକଳ୍ପ ନେଇଥିଲେ ଓ ଜିଲ୍ଲା ସଭାପତି ଚନ୍ଦ୍ରଭାନୁ ନାୟକ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR