ଝରିଗାଁ ବ୍ଲକ କଂଗ୍ରେସର ବନ୍ଦ ଡାକରା ସଫଳ ।

Jul 17, 2025 - 21:10
0 236
ଝରିଗାଁ ବ୍ଲକ କଂଗ୍ରେସର ବନ୍ଦ ଡାକରା ସଫଳ ।

ଝରିଗାଁ,୧୭l୭ (ଷ୍ଟାର ନିୟୁଜ ଓଡିଶା ): ବାଲେଶ୍ୱର ଫକୀର ମୋହନ ସୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲା |ଝରିଗାଁ ଯୁବ କଂଗ୍ରେସ ସଭାପତି ଯୋଗେଶ୍ୱର ପୂଜାରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଆଜି ସକାଳୁ ଝରିଗାଁ ଛକ ଠାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |ସେହିପରି ଝରିଗାଁର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ସମସ୍ତ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ଗୁଡିକ ବନ୍ଦ ରହିଥିଲା |ଝରିଗାଁ ବନ୍ଦ ଯୋଗୁଁ ଯାତ୍ରୀ ଏବଂ ଖାଉଟି ମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ |ଉକ୍ତ କାର୍ଯ୍ୟକ୍ରମରରେ କଂଗ୍ରେସ ନେତା ମହେଶ୍ୱର ଭତରା, ମହାଦେବ ମାଝୀ, ଗୋବିନ୍ଦା ପଟ୍ଟନାୟକ, ପବିତ୍ର ମାଟିଆ, ଦୁର୍ଯ୍ୟ କଲାର, ତୁଳସୀଦାଶ ପନକା, ନିରଞ୍ଜନ ସାନ୍ତା, ଉର୍ମିଳା ସାହୁ,ଭଗତ ପୂଜାରୀ, ଖଗପତି କଲାର, ପିତାମ୍ବର ଗୋପାଳ, ମନରାଜ ଭତରା, ଜୟରାମ ସାନ୍ତା, ଡମୁ ସାନ୍ତା, କବିତା ଗୌଡ଼, ଅଲେଖ କୂଳ ଦୀପ, ନୁଆଁଖାଉ ଭତରା ପ୍ରମୁଖ ସହ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User