ଝରିଗାଁ ବ୍ଲକ କୃଷକ ମହା ସଂଘର ଆନ୍ଦୋଳନ ଜାରି।

Dec 23, 2025 - 22:01
 0  31
ଝରିଗାଁ ବ୍ଲକ କୃଷକ ମହା ସଂଘର ଆନ୍ଦୋଳନ ଜାରି।

ଝରିଗାଁ,୨୩l୧୨(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ମକାର ଅଭାବ ବିକ୍ରି ସହ ମଣ୍ଡିରେ ଧାନ କିଣିବା ଦାବି ନେଇ ଗତକାଲି ୧୦ ଘଣ୍ଟା ଠାରୁ ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଦ୍ୱତୀୟ ଦିନରେ ପହଞ୍ଚିଛି।ଆଜି ମଧ୍ୟ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସି ଥିବା ଟ୍ରାକ୍ଟର ଗୁଡିକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରାଯାଇଛି।ସେହିପରି ଝରିଗାଁ ବସ ଷ୍ଟାଣ୍ଡ ଛକରେ ମକା ଓ ଧାନ ବସ୍ତା ରଖି ପ୍ରତିବାଦ ଜଣାଇଛନ୍ତି।ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ପ୍ରକାରେ ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ଖଲା ଯାଇଛି ହେଲେ ମୁଠାଏ ଧାନ ଆଜି ପର୍ଯ୍ୟନ୍ତ କିଣା ଯାଇନାହିଁ।ସେହିପରି ମକା ଚାଷୀଙ୍କ ମକାକୁ ଉଚିତ ମୂଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ।ଯେଉଁ ଦିନ ପର୍ଯ୍ୟନ୍ତ ଚାଷୀଙ୍କ ମକା ଉଚିତ ମୂଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇ ନାହିଁ ଏବଂ ଧାନ ମଣ୍ଡିରେ ସମସ୍ତ ଚାଷୀଙ୍କ ଧାନ କ୍ରୟ ହୋଇ ନାହିଁ ସେହି ଦିନ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ରହିବ ବୋଲି ସ୍ଥାନୀୟ ଚାଷୀ ଚେତାବନୀ ଦେଇଛନ୍ତି।ଆଜି ସକାଳୁ ପୁଣି ଆନ୍ଦୋଳନ ଜାରି ରହିଛି।ଆଜିର ଆନ୍ଦୋଳନରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଝରିଗାଁ ବ୍ଲକ କୃଷକ ସଂଘ ସଭାପତି ଆଶୋକ ମୂର୍ତ୍ତି,ପ୍ରେମା ପାଣ୍ଡେ,ତମ୍ବୁଦାସ ପନକା,ଏମ ଡ଼ି ଗଫୁର ସହ ବହୁ ଚାଷୀ ଯୋଗ ଦେଇଛନ୍ତି।ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଅବିଭକ୍ତ କରାପୁଟ ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।ଶାନ୍ତି ଶୃଙ୍ଖଳା ପାଇଁ ଝରିଗାଁ ପୋଲିସ ମୁତୟନ ରହିଛନ୍ତି।ଦୁଇ ଦିନ ଧରି ଅଖ ଚକ ବନ୍ଦ ଥିବା ଯୋଗୁଁ ଯାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ନବରଙ୍ଗପୁର ରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ । 

What's Your Reaction?

like

dislike

love

funny

angry

sad

wow

SUJAYA EDITOR