ଝରିଗାଁ ବ୍ଲକ ସ୍ତରୀୟ ମଣ୍ଡେଇ ମହେତ୍ସବ ଅନୁଷ୍ଠିତ।

Dec 10, 2025 - 20:03
0 88
ଝରିଗାଁ ବ୍ଲକ ସ୍ତରୀୟ ମଣ୍ଡେଇ ମହେତ୍ସବ ଅନୁଷ୍ଠିତ।

ଝରିଗାଁ,୧୦l୧୨( ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଲୋକ ମହେତ୍ସବ ମଣ୍ଡେଇ ଆସନ୍ତା ୧୩ ତାରିଖ ଦିନ ହେବାକୁ ଥିବା ବେଳେ ଆଜି ଝରିଗାଁ ବ୍ଲକ ମହକୁମା ଠାରେ ବ୍ଲକ ସ୍ତରୀୟ ମଣ୍ଡେଇ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ମନ୍ଦିରରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରିଥିଲା।ଏଥିରେ ଆଦିବାସୀ ନୃତ୍ୟ,ଘୁମୁରା, ବନାବାଡି ,ମାଦଲି ନାଚର ତାଳେ ତାଳେ ସମସ୍ତ ଅତିଥି,ଗ୍ରାମବାସୀ, ଜନପ୍ରତିନିଧି, ସରକାରୀ କର୍ମଚାରୀ ପ୍ରମୁଖ ସାମିଲ ହୋଇ ଝରିଗାଁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପହଞ୍ଚି ମଶାଲ ସ୍ଥାପନ ହୋଇଥିଲା।ପରେ ବିଡିଓ ମଧୁସୂଦନ ମାଝୀଙ୍କ ତତ୍ୱାବଧାନରେ ଝରିଗାଁ ବିଧାୟକ ନରସିଂହ ମାଝୀ,ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ,ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ମଣ୍ଡେଇ ଉଦଘାଟନ କରିଥିଲେ।

 ପରେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ,ଜିଲ୍ଲା ପରିଷଦ ଯମୁନା ଗଣ୍ଡ,ତ୍ରମିଳା ପୂଜାରୀ ତଥା ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା,ସରପଞ୍ଚ ପ୍ରମୁଖ ଯୋଗ ଦେଇ ଆଦିବାସୀ ମାନଙ୍କ ସଂସ୍କୃତି, ପରମ୍ପରା ଓ ବିଭିନ୍ନ କ୍ଷେତ୍ରରେ ଲୁକାୟତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ବିକାଶିତ ଓ ସଂରକ୍ଷଣ କରିବା ମଣ୍ଡେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ଦେଇଥିଲେ।ଶେଷରେ ଅତିଥି ମାନଙ୍କ ଦ୍ୱାରା ଝରିଗାଁ ବ୍ଲକ ନାଟଗୁରୁ ସଂଘର ସଭାପତି ଡମୁ ପନକା, ଉପ ସଭାପତି ଭୁଜବଳ ଗୌଡ଼, ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ଲକ୍ଷ୍ମୀ ନାରାୟଣ ଗାଣ୍ଡା, ଧାରନାବେଡା ଶବର ଶବରଣି,ଟିପାଗୁଡା ସାଇଲଡି, କୋଇଗାଁ ଗ୍ରାମର ଗୋଟି ବାଜାକୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଝରିଗାଁ ଏପିଓ ଦେବେନ୍ଦ୍ର ବେହେରା ପରିଚାଳନା କରିଥିଲେ। ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲା ଯାଇ ସଚେତନତା କରାଯାଇଥିଲା।ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବହୁ ଦର୍ଶକ ଉପଭୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଝରିଗାଁ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User