ଡଙ୍ଗର ଜମି ଚଷିବା ବେଳେ ଟ୍ରାକ୍ଟର ଓଲଟି ଯୁବକର ମୃତ୍ୟୁ।

Jun 23, 2025 - 18:38
2 264
ଡଙ୍ଗର ଜମି ଚଷିବା ବେଳେ ଟ୍ରାକ୍ଟର ଓଲଟି ଯୁବକର ମୃତ୍ୟୁ।

ଝରିଗାଁ,୨୩l୬ (ଷ୍ଟାର ନିୟୁଜ ଓଡିଶା ): ଗତ କାଲି ଅପରାହ୍ନରେ ଡଙ୍ଗର ଜମିରେ ଟ୍ରାକ୍ଟର ଯୋଗେ ହଳ କରୁଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଟ୍ରାକ୍ଟର ଡ଼୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ମୃତ ଯୁବକ ଜଣକ ହେଲେ ଝରିଗାଁ ଥାନା ଅଧୀନ ଚକଲା ପଦର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡଖାଉ ଗୁଡ଼ାର ସହଦେବ ମୁଦୁଲି ( ୨୭) ପିତା କୁଶ ମୁଦୁଲି। ଘଟଣା ନେଇ ଟ୍ରାକ୍ଟର ମାଲିକ ବିଷ୍ଣୁ ପ୍ରସାଦ ସାହୁ ଗତ ରାତ୍ରିରେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ଏତଲା ପରେ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଙ୍କ ନିର୍ଦ୍ଦେଶନା ରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଏବଂ ଗାଡ଼ି କୁ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ତଦନ୍ତ ଅଫିସର ଏ ଏସ ଆଇ ମମତା ସେଠୀ ଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଟ୍ରାକ୍ଟର ମାଲିକ ବିଷ୍ଣୁ ପ୍ରସାଦ ସାହୁ ଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି। ଘଟଣା ବେଳେ ସେ କୌଣସି ଏକ କାର୍ଯ୍ୟରେ ଉମରକୋଟ ଯାଇଥିବା କହିଛନ୍ତି। ମୃତ ଟ୍ରାକ୍ଟର ଚାଳକ ର ଡ୍ରାଭିଙ୍ଗ ଲାଇସେନ୍ସ ନଥିବା ବେଳେ ଟ୍ରାକ୍ଟର କୁ ନେଇ ଜମିରେ ହଳ କରିବା ପାଇଁ ମାଲିକ ସାହୁ କହିନଥିବା କହିଛନ୍ତି। ଘଟଣା ଶୁଣି ଗାଁ କୁ ଫେରିବା ପରେ ଝରିଗାଁ ଥାନାରେ ଏତଲା ଦେଇଥିବା କହିଛନ୍ତି। ଭାରତ ନ୍ୟାୟ ସଂହିତା ୨୮୧ ଓ ୧୦୬ (୧) ସେକସନ୍ ରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ଥିବା ତଦନ୍ତ ଅଫିସର ମମତା ସେଠୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ମୃତ ସହଦେବଙ୍କ ଦୁଇ କନ୍ୟା ସନ୍ତାନ ଥିବା ବେଳେ ସ୍ୱାମୀକୁ ହରାଇ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଘଟଣା ପରେ ସ୍ଥାନୀୟ ଅଂଚଳରେ ସୋକର ଛାୟା ଖେଳିଯାଇଛି। ସହଦେବଙ୍କ ଶେଷକୃତ୍ୟ ସଂପନ୍ନ ଗାଁ ଶ୍ମଶାନ ରେ ସଂପନ୍ନ ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 6
Angry Angry 0

Comments (0)

User