ଦଶପୁର ରେ ଅପ୍ରେସନ ସିନ୍ଦୁର ସୌର୍ଯ୍ୟ ଯାତ୍ରାର ବିଶାଳ ତ୍ରିରଙ୍ଗା ରାଲି।

May 24, 2025 - 19:50
0 110

ଗୋଲାମୁଣ୍ଡା,୨୪l୫(ଷ୍ଟାରନିୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର ଗ୍ରାମରେ ଅପ୍ରେସନ ସିନ୍ଦୁରର ସଫଳତା ନେଇ କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ନିରୂପମା ନାଏକ ଙ୍କ ନେତୃତ୍ୱରେ ଶତାଧିକ ମହିଳା ମାନେ ଉପସ୍ଥିତ ରହି ଆଜି ଏକ ବିଶାଳ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା, ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସାଂସଦ ମାଳବିକା ଦେବୀ, ରାଜ୍ଯ କାର୍ଯ୍ୟ କାରିଣ ସଦସ୍ୟ ମନୋଜ କୁମାର ମେହେର, ଜୁନାଗଡ଼ ମୁନସୀପାଲଟି ଅଧକ୍ଷ ମୁକେଶ ଅଗ୍ରୱାଲ, ପ୍ରମୁଖ ଉପସ୍ଥିତ ଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ପ୍ରସ୍ନ କୁମାର ରାଉତ, ଭାଗ୍ୟବାନ ବାଗ, ସରୋଜ କୁମାର ନିଆଳ, ଲଳିତ ପ୍ରଧାନ, ପ୍ରମୋଦ ପ୍ରଧାନ, ଅଭିମନ୍ୟୁ ଦାସ, କୁମୁଦ ମେହେର, ଅବିବାଗ, ବାଦଲ ନାଏକ, ମହାରାଜ ପାଣି ଗ୍ରାହି, ପୁରୁଷୋତ୍ତମ ବେନିଆ ପ୍ରମୁଖ ବହୁ ସଂଖ୍ୟକ ଭାବେ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ, ପାକିସ୍ଥାନ ଠାରୁ ଭାରତ ବିଜୟ ହାସଲ କରିଥିବାରୁ ଆଜି ତ୍ରିରଙ୍ଗା ପତାକା ଧରି ମିଶନ ସିନ୍ଦୁର ଜିନ୍ଦାବାଦ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ, ଭାରତୀୟ ସେନା ଜିନ୍ଦାବାଦ , ପାକିସ୍ଥାନ ମୂର୍ଦ୍ଧାବାଦ ପ୍ରଭୁତି ନାରା ବାଜୀ ଦେଇ ଥିଲେ, ଭାରତର ଶକ୍ତି, ଭାରତୀୟ ବୀର ଯବାନ ମାନଙ୍କ ସମ୍ମାନ ଓ ଭାରତର ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀ ଙ୍କ ସିନ୍ଦୁର ସଫଳତା ପାଇଁ ସାରା ଭାରତରେ ତ୍ରିରଙ୍ଗା ପତାକା ଧରି ପ୍ରତି ବ୍ଲକ, ପଞ୍ଚାୟତ ଠାରେ ଶୋଭାଯାତ୍ରା ହୋଇ ଥିବା ବେଳେ ଆଜି ଗୋଲାମୁଣ୍ଡା ବ୍ଲକର ଦଶପୁର ଗ୍ରାମରେ ବହୁ ସଂଖ୍ୟକ ଭାବେ ମହିଳା ମାନେ ଉପସ୍ଥିତ ରହି ସଫଳତା ହାସଲ କରିଥିବାରୁ ଅଞ୍ଚଳ ବାସୀ ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ ଜଣାଇ ଥିଲେ,

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ,

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User