ଦାସିଗାଁ ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା
ଜୁନାଗଡ଼ ୩୧/୩ ( ଷ୍ଟାର ନିୟୁଜ ଓଡିଶା )ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ କୃଷି ସମବାୟ ସମିତି ପକ୍ଷରୁ ଆଜି ଦାସିଗାଁ ସ୍ଥିତ ମିନି ଷ୍ଟାଡିୟମ ପ୍ରକୋଷ୍ଠରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପେକ୍ସ ସଭାପତି ବିଶ୍ୱନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଗୌଡ଼ଛେଣ୍ଡିଆ ସରପଞ୍ଚ ଶିବ ହାତୀ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ପେକ୍ସ ଡ଼ାଇରେକ୍ଟର ଟିକଚନ ବାଗ ,ପଞ୍ଚାନନ ଲହଜଳ ,ଯୁଧିଷ୍ଠି ପଣ୍ଡା ,ର।ଏସନ ହାତୀ ,ଗୋପୀନାଥ ନ।ଏକ ,ମସକୁଳ ମାଝି ,ଦାଶରଥି ହାତୀ ଏବଂ ପୂର୍ବତନ ପେକ୍ସ ସଭାପତି ନୀଳମଣି ପୁଞ୍ଜି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ନିଜ ନିଜ ମତ ରଖିଥିଲେ ।କାର୍ଯ୍ୟକ୍ରମରେ ମଣ୍ଡିରେ ଧାନ ଉଠ।ନ ,ଋଣ ଲେଣ ଦେନ ଭଳି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।ଆଲୋଚନାରେ ପେକ୍ସ ସଭାପତି ବିଶ୍ୱନାଥ କର ବିଶଦ ଭାବରେ ଚାଷୀଙ୍କୁ ବୁଝାଇଥିଲେ ।ଚକିତ ରବି ଚାଷ ରେ ମଣ୍ଡି ର ଧାନ ଗୁଡିକ ଠିକ ସମୟରେ ଉଠାନ ଜରିବା ପାଇଁ ମଧ୍ୟ ଚାଷୀ ମାନେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ସଫଳ ଚାଷୀ ଭାବରେ ଚିଲକପୁର ଗ୍ରାମର ଭୁବନେଶ୍ୱର ଗହୀର ଏବଂ ଦାସିଗାଁ ଗ୍ରାମର ମାର୍କଣ୍ଡ ଭଏସ।ଲ କୁ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମରେ ପେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ପରିଚାଳନା କରିଥିଲେ ।ପେକ୍ସ କର୍ମଚାରୀ ଅକ୍ଷୟ ନାଏକ ,ଲାଷ୍ମୀକାନ୍ତ ଭଞ୍ଜ ଏବଂ ଧନେଶ୍ୱର ବାଗ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନେକ ଚାଷୀ ଅଂଶ ଗ୍ରହଣ କରି ନିଜ ନିଜର ମତ ରଖିଥିଲେ । ଶେଷରେ ପେକ୍ସ କର୍ମଚାରୀ ଉମେଶ ଚନ୍ଦ୍ର ବାଗ ଧନ୍ୟବାଦ ପ୍ରଦାନ କରିଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
What's Your Reaction?