ଦୀର୍ଘ ଶିକ୍ଷାସେବା ପରେ ପ୍ରଧାନ ଶିକ୍ଷକ ଗୋରେଖ ଚନ୍ଦ୍ର ସାହୁଙ୍କୁ ଭାବବିହ୍ୱଳ ବିଦାୟ

Aug 01, 2026 - 20:42
0 112
ଦୀର୍ଘ ଶିକ୍ଷାସେବା ପରେ ପ୍ରଧାନ ଶିକ୍ଷକ ଗୋରେଖ ଚନ୍ଦ୍ର ସାହୁଙ୍କୁ ଭାବବିହ୍ୱଳ ବିଦାୟ

ଦୀର୍ଘ ଶିକ୍ଷାସେବା ପରେ ପ୍ରଧାନ ଶିକ୍ଷକ ଗୋରେଖ ଚନ୍ଦ୍ର ସାହୁଙ୍କୁ ଭାବବିହ୍ୱଳ ବିଦାୟ
ଭବାନୀପାଟଣା, ୧l:୮(ଷ୍ଟାରନିୟୁଜ ଓଡିଶା)ଭବାନୀପାଟଣା ସହରର ସୁନାମଧନ୍ୟ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋରେଖ ଚନ୍ଦ୍ର ସାହୁଙ୍କ ଅବସର ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଭାବଗମ୍ଭୀର ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଶିକ୍ଷକ, ଛାତ୍ରଛାତ୍ରୀ, ପୂର୍ବତନ ସହକର୍ମୀ ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ସଭାଟି ଆନନ୍ଦ ଓ ଆବେଗମୟ ପରିବେଶରେ ସମ୍ପନ୍ନ ହୋଇଥିଲା।
ସଭାରେ ତପିମଣି ଯାନୀ ଅଧ୍ୟକ୍ଷତା କରିଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନକୃଷ୍ଣ ଯୋଷୀ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ, ଶ୍ୟାମସୁନ୍ଦର ଶର୍ମା, କ୍ରୀଡା ଶିକ୍ଷା ନିରୀକ୍ଷକ ରୂପ ସିଂ ରାଉତ ଓ ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ଉପସ୍ଥିତ ରହି ଶ୍ରୀ ସାହୁଙ୍କ ଦୀର୍ଘ ଶିକ୍ଷାସେବା, ନେତୃତ୍ୱ ଓ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଶ୍ରୀ ଗୋରେଖ ଚନ୍ଦ୍ର ସାହୁ ଜଣେ ଦକ୍ଷ, ନିଷ୍ଠାବାନ ଓ ଶୃଙ୍ଖଳାପ୍ରିୟ ଶିକ୍ଷକ ଭାବେ ନିଜର କାର୍ଯ୍ୟଜୀବନରେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ସ୍ମରଣୀୟ ଭୂମିକା ନିର୍ବାହ କରିଛନ୍ତି। ତାଙ୍କର ଅବସର ଶିକ୍ଷା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିଲେ ମଧ୍ୟ ତାଙ୍କ ଆଦର୍ଶ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ।
ସଭାରେ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜ ଅଭିଭାଷଣରେ ସମସ୍ତ ସହକର୍ମୀ, ଛାତ୍ରଛାତ୍ରୀ ଏବଂ ଅତିଥିମାନଙ୍କୁ କୃତଜ୍ଞତା ଜଣାଇ ଜୀବନରେ ସଦା ଶିକ୍ଷା ଓ ମାନବିକ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେବାକୁ ଆହ୍ୱାନ କରିଥିଲେ।
ସରିତା ରାଣୀ ରଥ ସଭା ପରିଚାଳନା କରିଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ, ରବି କାନୁନଗୋ, ସୁକାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ସଭାର ସମାପ୍ତି ଘୋଷଣା କରାଯାଇଥିଲା।

What's Your Reaction?

Like Like 2
Dislike Dislike 0
Love Love 2
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User