ଦେବଗିରି ମଠରେ ଚୈତ୍ର ନବରାତ୍ର ଆରମ୍ଭ
ଭବାନୀପାଟଣା,୧୯|୩( ଷ୍ଟାର ନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଭଗବତ ସ୍ବାମୀ ଦେବଗିରି ମଠରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଚୈତ୍ର ନବରାତ୍ର। ମଠର ଗୁମ୍ଫା ମଧ୍ୟରେ ଥିବା ଦେବୀ ଚଣ୍ଡୀଙ୍କ ପୀଠରେ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ବୈଦିକ ବିଧିରେ ଚାଲିଛି ଜଗତଜନନୀଙ୍କ ମହାପୂଜା। ନବରାତ୍ରର ପ୍ରଥମ ଦିବସରେ ଦେବୀ ଦୁର୍ଗାଙ୍କ ସ୍ବରୂପ ଶୈଳପୁତ୍ରୀ ପୂଜା ପାଇଛନ୍ତି। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ଼ର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ମଠର ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ଗୋପାଳ ସେବକ ଟିକେ ଗଉଡ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ଦେବଗିରି ମଠ ରାଜ୍ୟର ଏକ ପ୍ରାଚୀନ ଶକ୍ତି ପୀଠ ହୋଇଥିବାରୁ ଦୂର ଦୂରଦୂରାନ୍ତରୁ ଅନେକ ତନ୍ତ୍ର ସାଧକ, ଭକ୍ତ ଓ ଶ୍ରଦ୍ଧାଳୁ ଏଠାକୁ ଆସି ଦେବୀ ଆରାଧନା କରୁଥିବା ଦେଖିବାକୁ ମିଳିଛି। ଦେବୀ ଆରାଧନାରେ ମୁଖରିତ ହୋଇ ଉଠିଛି ଦେବଗିରି ଗୁମ୍ଫା। ଆସନ୍ତା ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ନବରାତ୍ର ଚାଲିବ ତେଣୁ ଦେବୀ ଚଣ୍ଡୀଙ୍କ ଏହି ମହାପର୍ବରେ ସମସ୍ତେ ସାମିଲ ହେବାକୁ ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିବେଦନ କରାଯାଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟa
What's Your Reaction?