ଧର୍ମଗଡରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

Dec 04, 2025 - 17:47
0 21
ଧର୍ମଗଡରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

କଳାହାଣ୍ଡି ଜିଲ୍ଲା ୦୩/୧୨(ଷ୍ଟାର ନିୟୁଜ ଓଡିଶା ଧର୍ମଗଡ଼ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ  ହୋଇଯାଇଛି।  ଉକ୍ତ କାର୍ଯ୍ୟକ୍ରମର କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ  ଉପସ୍ଥିତ ଥାଇ ଶୁଭ ଉଦଘାଟନ କରିଥିଲେ। ସଭାକାର୍ଯ୍ୟ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, କୃଷି ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମାରାଣ୍ଡି, କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ର କୃଷି ବୈଜ୍ଞାନିକ ଅମିତାଭ ପଣ୍ଡା,ଧର୍ମଗଡ କୃଷି ଜିଲ୍ଲା ଅଧିକାରୀ ନୌକେଶ୍ୱର ନାଗ, ଭବାନୀପାଟଣା କୃଷି ଜିଲ୍ଲା ଅଧିକାରୀ ଅଜିତ କୁମାର ମହାପାତ୍ର ,ଧର୍ମଗଡ ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ  ମଳୟ କୁମାର ସିଂ,  ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର କଳାହାଣ୍ଡି ସହଯୋଗୀ ଗବେଷଣା ନିର୍ଦେଶକ ଭବାନୀ ନାଏକ,  ପ୍ରମୁଖ ମଞ୍ଚାସିନ  ହୋଇଥିଲେ । ମୁଖ୍ୟତଃ କୃଷି ବିଭାଗ ଜରିଆରେ ସରକାରୀ ଯୋଜନା ଆସୁଛି। ଚାଷୀମାନେ ଠିକ ରୂପେ ତାର ଫାଇଦା ପାଉଛନ୍ତି ନା ନାହିଁ  ସେ ସମ୍ପର୍କ ରେ  ପୁଙ୍ଖାନୁପୁଙ୍ଖ ଭାବରେ ଜିଲ୍ଲା ମୁଖ୍ୟ  କୃଷି ଅଧିକାରୀ ଶ୍ରୀ ବେହେରା ଉପସ୍ଥିତ ଥିବା ସମସ୍ତ ଚାଷୀଭାଇ ମାନଙ୍କୁ ବୁଝାଇଥିଲେ। ଚାଷୀଙ୍କ ଫସଲ କିପରି ଦିଗୁଣିତ ହେବ ସେ ନେଇ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ମଧ୍ୟ ସରକାର ନିର୍ମାଣ କରିଛନ୍ତି। ଏହି କୃଷି ଯନ୍ତ୍ରପାତି ଗୁଡିକ ସବସିଡ଼ି ଅନେକ କ୍ଷେତ୍ରରେ ମିଳୁଛି। ତାର ଫାଇଦା ଚାଷୀମାନେ ସମ୍ପୂର୍ଣ୍ଣ ଉଠାଇ ଚାଷରେ ଦ୍ବିଗୁଣିତ କରି ପାରିବେ ବୋଲି ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ବବିତା  ପଟ୍ଟଯୋଶୀ ଏବଂ  ଜିଲ୍ଲା ପାରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ ବକ୍ତବ୍ୟ ରଖିଥିଲେ ।  କାର୍ଯ୍ୟକ୍ରମ କୁ  ସହକାରୀ କୃଷି ଯନ୍ତ୍ରୀ ରଶ୍ମି ରଞ୍ଜନ ନାଏକ ପରିଚାଳନା କରିଥିବା ବେଳେ ଧର୍ମଗଡ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ କୃଷି ବିଭାଗ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।କୃଷି ଯନ୍ତ୍ରପାତି ମେଳା ରେ ବିଭିନ୍ନ ଷ୍ଟଲ ଦେଖିବାକୁ ମିଳିଥିଲା ଯେଉଁଥିରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହୋଇଛି।ଏହି ମେଳା ୩ ଡିସେମ୍ବର ରୁ ୫ ଡିସେମ୍ବର ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User