ନଳକୂପ ଅଚଳ କୂଅ ପାଣିରେ ନିର୍ଭର କରୁଛନ୍ତି ଗ୍ରାମବାସୀ ।

May 24, 2025 - 19:56
0 82

ଫିରିଙ୍ଗିଆ,୨୪l୫(ଷ୍ଟାର ନିୟୁଜ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବୃଡିଗୁଡ଼ା ୱାର୍ଡ ରେ ଥିବା ଗୋଟିଏ ନୁହେଁ ୫ ଟି ନଳକୂପ ୪/୫ମାସ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି। ବୃଡିଗୁଡ଼ା ଛକ ନିକଟରେ ଥିବା ନଳକୂପ ୩ ମାସ ହେବ ଅଚଳ ହେଇ ପଡ଼ି ରହିଥିବା ବେଳେ ପୂର୍ବତନ ସରପଞ୍ଚଙ୍କ ଘର ସାମ୍ନାରେ ଥିବା ନଳକୂପ ମଧ୍ୟ ୧ମାସ ହେବ ଅଚଳ ହେଇଛି। ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ନଳକୂପ ସେଇଟା ମଧ୍ୟ ୧ ମାସ ହେବ ଅଚଳା ବସ୍ଥାରେ ପଡ଼ିରହିଛି। ବୃଡିଗୁଡ଼ା ମଣ୍ଡପ ସାହି ରେ ଥିବା ନଳକୂପ ପାଖା ପାଖି ୪ ମାସ ହେବ ଅଚଳା ବସ୍ଥାରେ ପଡ଼ି ରହିଛି ଏବଂ ସାହି ଭିତରେ ଗୋଟିଏ ନଳ କୂପ ଅଛି ସେଇଟା ମଧ୍ୟ ଖରାପ ହେଇଛି । ଅଭିଯୋଗ ମୁତାବକ ବୃଡିଗୁଡ଼ା ୱାର୍ଡ ରେ ୫ଟି ନଳକୂପ ଖନନ କରାଯାଇଛି ସେଥି ମଧ୍ୟରୁ ଗୋଟିଏ ମଧ୍ୟ ନଳକୂପ ସଚଳ ନାହିଁ। ବୃଡିଗୁଡ଼ା ୱାର୍ଡ ବାସୀଙ୍କ ପାଇଁ ଦୁଃଖ ଏବଂ ପରିତାପର ବିଷୟ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ଙ୍କ ପର୍ଯ୍ୟନ୍ତ ନଳକୂପ ମରାମତି କରିବା ପାଇଁ ବାରମ୍ବାର ଦାବିକରି ଆସୁଥିଲେ ବି କେହି ଶୁଣୁନାହାନ୍ତି ବୋଲି ବୃଡିଗୁଡ଼ା ୱାର୍ଡ ବାସୀ ଅଭିଯୋଗ କରିଛନ୍ତି। ଲୋକେ ପାଣିପାଇଁ ଡହଳ ବିକଳ ହେଉଥିବା ବେଳେ ବ୍ଲକ ପ୍ରଶାସନ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ଦୁର୍ଗମ ଅଞ୍ଚଳ ଗ୍ରାମବାସୀଙ୍କ ପାଇଁ । ନଳକୂପ ଖରାପ ହେବାପରେ ବୃଡିଗୁଡ଼ା ୱାର୍ଡ ବାସୀ ଚୂଆପାଣି ଉପରେ ହିଁ ନିର୍ଭର କରି ଆସୁଛନ୍ତି। ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User