ନୂତନ ଦାୟିତ୍ୱ ପରେ ମାଁ ମାଣିକେଶ୍ୱରୀଙ୍କ ଆଶୀର୍ବାଦ: କଳାହାଣ୍ଡି ଉନ୍ନୟନରେ ନୂଆ ଆଶା

May 31, 2026 - 14:18
 0  1
ନୂତନ ଦାୟିତ୍ୱ ପରେ ମାଁ ମାଣିକେଶ୍ୱରୀଙ୍କ ଆଶୀର୍ବାଦ: କଳାହାଣ୍ଡି ଉନ୍ନୟନରେ ନୂଆ ଆଶା

ଭବାନୀପାଟଣା, ତା. ୦୭/୦୪ (ଷ୍ଟାର ନିୟୁଜ ଓଡିଶା)ରାଜ୍ୟରେ ବିଜେପି ସରକାର ଗଠନ ପରେ ଦୀର୍ଘଦିନ ଧରି ଖାଲି ପଡିଥିବା ବିଭିନ୍ନ ପଦପଦବୀ ନେଇ ଚର୍ଚ୍ଚା ଚାଲିଥିଲା। ବର୍ତ୍ତମାନ ଏହି ପଦଗୁଡ଼ିକୁ ଧିରେ ଧିରେ ପୂରଣ କରାଯାଉଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଏହି ପଦକ୍ଷେପ ନେଇଛନ୍ତି।
କିଛିଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ପାଇଁ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଆଦିବାସୀ ନେତା ଶ୍ରୀ ବିଜୟ ଦିଶାରୀ ଓ ଉପାଧ୍ୟକ୍ଷ ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ରୀନା ଭୋଇଙ୍କୁ ନିଯୁକ୍ତ କରାଯାଇଛି।
ଏହି ନୂତନ ନିଯୁକ୍ତି ପରେ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମନୋବଳ ବଢିବା ସହିତ ଉତ୍ସାହ ଦେଖାଯାଉଛି। ସାଧାରଣ ଲୋକମାନଙ୍କ ମଧ୍ୟରେ ମଧ୍ୟ ଏହି ଆଶା ଜନ୍ମ ନେଇଛି ଯେ, ଏହି ପଦଗୁଡ଼ିକ ପୂରଣ ହେବା ଫଳରେ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ହେବ ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ସଫଳତାର ସହ ପହଞ୍ଚିପାରିବ।
ଆଜି ନୂତନ ଅଧ୍ୟକ୍ଷ ଶ୍ରୀ ବିଜୟ ଦିଶାରୀ ଓ ଉପାଧ୍ୟକ୍ଷା ସୁଶ୍ରୀ ରୀନା ଭୋଇ ଭବାନୀପାଟଣା ପହଞ୍ଚି ମାଁ ମାଣିକେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ପରେ ସେମାନେ ସର୍କିଟ ହାଉସ ପହଞ୍ଚିଥିବା ବେଳେ, ଭବାନୀପାଟଣା ନଗର ମଣ୍ଡଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନଗର ସଭାପତି ଚିତ୍ତରଂଜନ ପାତ୍ର, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ସୋଭାଗିନୀ ପାତ୍ର, ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ବରିଷ୍ଠ ନେତା ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ଅନାମ ନାଏକ, ନରହରି ପଟ୍ଟନାୟକ, ଶରତ ନାଏକ, ଅଭିନାଶ ନନ୍ଦ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR