ପରଜା ସମାଜ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ।

May 05, 2025 - 14:29
0 41
ପରଜା ସମାଜ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ।

ଝରିଗାଁ,୫l୫( ଷ୍ଟାର ନିୟୁଜ ଓଡ଼ିଶା): ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିନି ଗ୍ରାମଠାରେ ପରଜା ସମାଜ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଝରିଗାଁ ବ୍ଲକ ପରଜା ସମାଜ ସଭାପତି ବାସୁଦେବ ଜାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରଜା ସମାଜ ସଭାପତି ଭଗବାନ ଜାନୀ,ଉପ ସଭାପତି ଜିରୁ ଜାନୀ,ମଙ୍ଗଳ ଦେଇ ଜାନୀ,ସମ୍ପାଦକ ଲଷ୍ମଣ ଜାନୀ,ଡାବୁଗାଁ ବ୍ଲକ୍ ପରଜା ସମାଜ ସଭାପତି ଫୁଲ ସିଂ ଜାନୀ ଓ ପରଜା ସମାଜ ପରିଷଦ ନବରଙ୍ଗପୁର ଜିଲ୍ଲାର ସମସ୍ତ ଉପଦେଷ୍ଟା ମଣ୍ଡଳୀ ପ୍ରମୁଖ ଉପସ୍ଥିତ ରହି ଲୋପ ପାଇବାକୁ ବସିଥିବା ନିଜ ସଂସ୍କୃତି ପରମ୍ପରା ଓ ଭାଷାକୁ ଜୀବିତ ରଖିବା ପାଇଁ ଆହ୍ୱାନ ଦେଇଥିଲେ।ସେହିପରି ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ଖରାଫ ହେଲେ ଗୁଣିଆ ପାଖକୁ ନଯାଇ ତୁରନ୍ତ ଡାକ୍ତରଖାନା ଯିବା ପାଇଁ କହିବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ଚେଙ୍କରୁ ଦୁରେଇ ରଖିବା ପାଇଁ କହିଥିଲେ।ଅବହେଳିତ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଅବିବାହାକ ମାନଙ୍କୁ ପରାମର୍ଶ ଦେଇଥିଲେ।ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ।ସେହିପରି ବଡ଼ ଟେମାରା ପଞ୍ଚାୟତ ପାଇଁ ପରଜା ସମାଜର ଏକ ନୂତନ କର୍ମଚାରୀ ଚୟନ ହୋଇଥିଲା।ସର୍ବସମ୍ମତି କ୍ରମେ ସଭାପତି ଭାବେ ରାମ ଜାନୀ, ଉପ ସଭାପତି ଭାବେ କମୁଳୁ ଜାନୀ,ସମ୍ପାଦକ ଭାବେ ପୀତବାସ ନାୟକ, କୋଷାଧ୍ୟକ୍ଷ ଭାବେ ଚାଚିରୀ ଜାନୀଙ୍କୁ ମନୋନୀତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଵନ୍ଧୁରାମ ଜାନୀ ପରିଚାଳନା କରିଥିବା ବେଳେ ଵାସୁଦେଵ ଜାନୀ ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User