ପରିବେଶ ସଫେଇ ନେଇ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

Jul 13, 2025 - 10:17
0 94
ପରିବେଶ ସଫେଇ ନେଇ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

ଝରିଗାଁ,୧୩l୭(ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ବ୍ଲକ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବେଶ ସଫେଇ ନେଇ ସଚେତନତା କରାଯାଇଥିଲା।ଆଜି ସକାଳୁ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଡାକ୍ତର ସନ୍ତୋଷ ପ୍ରଧାନ,RWSS କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ବାଗ,GPEO ରମେଶ ଚନ୍ଦ୍ର ହରିଜନ,ବ୍ଲକ କର୍ମଚାରୀ ଜୟନାଥ ପ୍ରସାଦ ରଥି,ସ୍ୱାସ୍ଥ୍ୟ କର୍ମଚାରୀ ହରେକୃଷ୍ଣ ମିଶ୍ର ପ୍ରମୁଖ ଦୋକାନୀ ମାନଙ୍କୁ ପରିବେଶ ସଫା ରଖିବା ପାଇଁ ଅନୁରୋଧ କରିଥିଲେ।ସେହିପରି ପରିବେଶ ସଫା ନରଖିଲେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଥିଲେ।ବିଶେଷ କରି କିଛି ଦୋକାନୀ ଅଳିଆ ଆବର୍ଜନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଫଫାଡ଼ି ଦେଇ ଚାଲିଯାଉଥିବା କହିବା ସହ ଆଗକୁ ଅଳିଆ ଆବର୍ଜନା ନଫଫାଡ଼ିବା ପାଇଁ ତାଗିତ କରିଥିଲେ।ସେହିପରି ଝରିଗାଁ ବ୍ଲକ କର୍ମଚାରୀ,ସ୍ୱାସ୍ଥ୍ୟ କର୍ମଚାରୀ ଓ ଝରିଗାଁ ବ୍ଲକ ବଣିକ ସଙ୍ଘ ସଦସ୍ୟ ମାନଙ୍କୁ ନେଇ ୧୫ ଦିନକୁ ଥରେ ରାସ୍ତାର ଉଭୟ ପାର୍ଶ୍ୱ ସଫେଇ କରିବା ପାଇଁ ବିଡ଼ିଓ ଶ୍ରୀ ମାଝୀ ପ୍ରସ୍ତାବ ଦେଇଥିଲେ।ଆଗାମୀ ଦିନରେ ସମସ୍ତେ ମିଶି ସଫେଇ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User