ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚନ୍ଦନଧାରା ଶୈବପୀଠ ।

Nov 12, 2025 - 10:25
 0  156
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚନ୍ଦନଧାରା ଶୈବପୀଠ ।

ଝରିଗାଁ,୧୨l୧୨(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମରା ପଞ୍ଚାୟତ ଅନ୍ତର୍ଗତ ସର୍ବ ପୁରାତନ ଚନ୍ଦନଧାରା ଶୈବପୀଠ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି।ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏହି ଶୈବପୀଠରେ ଜଳ ପ୍ରପାତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ସୂଚନା ପ୍ରକାରେ 1964 ମସିହାରେ ବଡ଼ ଟେମରା ପଞ୍ଚାୟତ ଠାରୁ ତିନି କିଲୋମିଟର ଦୂରରେ ଥିବା ଚନ୍ଦନ ବଣ ପରିସରରେ ଥିବା ଏକ ଜଳ ପ୍ରପାତ ନିକଟରେ ଶିବ ଲିଙ୍ଗ ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ।ଏହା ଦେଖିବା ପରେ ଏକ ଛୋଟିଆ ଚାଲିଆ ଘର ନିର୍ମାଣ କରି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।ଚନ୍ଦନ ବଣରେ ଶିବ ଲିଙ୍ଗ ଆବିର୍ଭାବ ହୋଇଥିବା ଯୋଗୁଁ ଏହି ସ୍ଥାନକୁ ଚନ୍ଦନଧାରା ଶୈବପୀଠ ଓ ଚନ୍ଦନଧାରା ଜଳ ପ୍ରପାତ କୁହାଯାଇଥିଲା।ତତ୍କାଳୀନ ନବରଙ୍ଗପୁର ଜିଲ୍ଲାପାଳ ଅରବିନ୍ଦ ପାଢ଼ୀ,ପଞ୍ଚାୟତ ବାସୀଙ୍କ ଆର୍ଥିକ ସହାୟତା,ସ୍ଥାନୀୟ ଲୋକ ପ୍ରତିନିଧି ଓ ପର୍ଯ୍ୟଟନ ବିଭାଗ ଅନୁଦାନ ପ୍ରଦାନ ପରେ ମନ୍ଦିର ସହ ପାର୍ଶ୍ୱ ମନ୍ଦିର,ଆଲୋକି କରଣ ସହ ଭିତ୍ତିଭୂମିର ବିକାଶ ହୋଇଥିଲା।ଏଠାରେ ପ୍ରକାଶ ଯେ ଚନ୍ଦନଧାରା ଶୈବପୀଠ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଅତି ଆକର୍ଷଣ ଶୈବପୀଠ ନିର୍ମାଣ ହୋଇଛି।ସେହିପରି ଶୈବପୀଠ ଠାରୁ କିଛି ଦୂରରେ ରହିଛି ମା ପାର୍ବତୀଙ୍କ ମନ୍ଦିର।ମା ପର୍ବତୀଙ୍କ ମନ୍ଦିର ଯିବା ପାଇଁ ଭକ୍ତ ମାନଙ୍କୁ 121 ପାହାଚ ତଳକୁ ଯିବା ପାଇଁ ପଡ଼େ।ସେଠାରେ ପଥର ଗୁମ୍ଫା ମଧ୍ୟରେ ପର୍ବତୀ ମନ୍ଦିର ରହିଛି।ଯାହାକି ଭକ୍ତ ମାନକୁ ଆକୃଷ୍ଟ କରୁଛି।ସେହିଭଳି ଶୈବପୀଠ ଠାରୁ କିଛି ଦୂରରେ ଜଙ୍ଗଲ ମଧ୍ୟରେ ରହିଛି ବନ ଦୁର୍ଗା ମନ୍ଦିର।101ପାହାଚ ତଳକୁ ଏବଂ 51 ପାହାଚ ଉପରକୁ ଯିବା ପରେ ବନ ଦୁର୍ଗା ମନ୍ଦିର ରହିଛି।ସେହିପରି 31 ପାହାଚ ଅତିକ୍ରମ ପରେ ଚଣ୍ଡୀ ମନ୍ଦିର ରହିଛି।ଶୈବପୀଠ ଠିକ ସାମ୍ନାରେ ରହିଛି ବଡ଼ ଗଣେଶ ମନ୍ଦିର।ସେହିପରି କମିଟି ପକ୍ଷରୁ ଲୋକ ମାନଙ୍କ ଭୋଜିଭାତ ଆଯୋଜନ ପାଇଁ ବ୍ୟବସ୍ଥା କରାଯାଇଛି।ଛୋଟ ଛୋଟ ଶିଶୁଙ୍କ ପାଇଁ ପାର୍କ ଏବଂ ଲୋକଙ୍କ ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି।ବିଶେଷ କରି ପର୍ଯ୍ୟଟକ ମାନନକୁ ଚନ୍ଦନଧାରା ଜଳ ପ୍ରପାତ ଏବଂ ଘଞ୍ଚ ଜଙ୍ଗଲ ଆକୃଷ୍ଟ କରୁଛି।ସୁସ୍ଥ ପରିବେଶ ମଧ୍ୟରେ ପର୍ଯ୍ୟଟକ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।ଆସନ୍ତା ଡିସେମ୍ବର ଏବଂ ଜାନୁଆରୀ ମାସରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିବା ସଭାପତି ରଜନୀ କାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow

SUJAYA EDITOR