ଜୟନ୍ତୀ ନଗର ରାସ୍ତା ମରାମତି କରିବାକୁ ବସ୍ତି ବାସୀଙ୍କ ଦାବି।

Nov 12, 2025 - 19:00
0 67
ଜୟନ୍ତୀ ନଗର ରାସ୍ତା ମରାମତି କରିବାକୁ ବସ୍ତି ବାସୀଙ୍କ ଦାବି।

ଝରିଗାଁ,୧୨l୧୧(ଷ୍ଟାର ନିୟୁଜ ଓଡିଶା ): ଦୀର୍ଘବର୍ଷ ତଳେ ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଜୟନ୍ତୀ ନଗର ବସ୍ତି ରାସ୍ତା ନିର୍ମାଣ ହୋଇଥିଲା। ପ୍ରାୟ ପାଞ୍ଚଶହ ମିଟର ପକ୍କା ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ରାସ୍ତା ଅବସ୍ଥା ଶୋଚନୀୟ। ସିମେଣ୍ଟ କଂକ୍ରିଟ ବାଲି ଉଠିଯାଇ ଛୋଟ ବଡ଼ ଖାଲ ସୃଷ୍ଟି ହୋଇଛି। ଗାଡ଼ି ଗଡିଲେ ଧୂଳି ଉଡୁଛି। ବର୍ଷା ହେଲେ ଗାତ ଗୁଡ଼ିକ ପାଣି ଭର୍ତ୍ତି ରହୁଛି। ଲୋକଙ୍କ ଯାତାୟାତ ଏବଂ ଯାନବାହାନ ଚଳାଚଳ ରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦିନକୁ ଦିନ ରାସ୍ତା ନଷ୍ଟ ହେବାରେ ଲାଗିଛି। ପାନୀୟଜଳ ଯୋଗାଣ ପାଇଁ ଗାତ ଖୋଲିବା ଓ ପାଇପ ବିଛାଇବା ପରେ ରାସ୍ତା ଉଭୟ ପାର୍ଶ୍ୱରେ ସି ସି ରୋଡ ନଷ୍ଟ ହୋଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଜଳ ଏବଂ ଆବର୍ଜନା ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହୋଇଥିଲା। ଜଳଯୋଗାଣ ପାଇପ ପୋତିବା ବେଳେ ଡ୍ରେନ ପୋତି ହୋଇ ଯିବାରୁ ଆବର୍ଜନା ପାଣି ରାସ୍ତାରେ ଜମି ରହୁଛି। ଡ୍ରେନ ପାଣି ଜମା ହୋଇ ମଶା ବଂଶ ବୃଦ୍ଧି ପାଉଛି। ଜୟନ୍ତୀ ନଗର ବାସିନ୍ଦା ପ୍ରମୁଖ ମଧ୍ୟରେ କୁମର ଦୁର୍ଗା, ଖଗ ଗୌଡ଼, ଶଙ୍କର ହରିଜନ, ଗଦାଧର ଦୁର୍ଗା, ନିଲୁ ଗୌଡ଼, କେଶବ ହରିଜନ, ଡାକ ହରିଜନ, ଭଗବାନ ଭୋଇ, ଅର୍ଜୁନ ଭୋଇ, ଡ୍ରେନଜ୍ ବ୍ୟବସ୍ଥା ସହ ରାସ୍ତା ପୁନଃ ନିର୍ମାଣ ଓ ମରାମତି କରିବାକୁ ଦାବି ପ୍ରକାଶ କରିଛନ୍ତି। ଜୟନ୍ତୀ ନଗର ରାସ୍ତା ପ୍ରସଙ୍ଗରେ ସରପଞ୍ଚ ଯୋଗେଶ୍ୱର ପୂଜାରୀ ଙ୍କୁ ପଚାରିବାରୁ ଏହାର ପୁନଃ ନିର୍ମାଣ ପ୍ରସ୍ତାବ ନିର୍ଦ୍ଧାରଣ କରି ନିଶ୍ଚିତ ରାସ୍ତା ନିର୍ମାଣ କରାଯିବ ଏବଂ ଆବଶ୍ୟକ ହେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ରାସ୍ତା ନିର୍ମାଣ ପାଇଁ ପାଣ୍ଠି ସାହାଯ୍ୟ କରିବାକୁ ଆଲୋଚନା କରାଯିବ ବୋଲି ସରପଞ୍ଚ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User