ତୁମୁଡି଼ବନ୍ଧରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ବର୍ଷ ଅନୁଷ୍ଠିତ।
ତୁମୁଡ଼ିବନ୍ଧ,୧୨l୧୧( ଷ୍ଟାର ନିୟୁଜ ଓଡ଼ିଶା): ମତ୍ସ୍ୟ ସମ୍ପଦ ଓ ପଶୁ ଚିକିତ୍ସା ବିଭାଗୀୟ ଆନୁକୂଲ୍ୟରେ ତୁମୁଡ଼ିବନ୍ଧ ସ୍ଥିତ ପଶୁ ଚିକିତ୍ସାଳୟ ପରିସର ଭିତରେ ଏକ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ବର୍ଷ ସଫଳତାର ସହ ଆୟୋଜିତ ହୋଇଯାଇଛି। ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା।ଏହି କାର୍ଯ୍ୟକ୍ରମ ଜରିଆରେ ମାଛ, ଗାଈ, ଛେଳି, ମେଣ୍ଢା, କୁକୁଡ଼ା ଓ ଘୁଷୁରୀ ଆଦି ଚାଷ କରୁଥିବା ଚାଷୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା, ଯାହା ଫଳରେ ସେମାନେ ଅଧିକ ଲାଭବାନ ହୋଇପାରିବ ।ମେଳା ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତର କେତେକ ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଏହି ଚାଷୀମାନଙ୍କୁ ଉପଢୌକନ, ମାନପତ୍ର, ଟ୍ରଫି ଏବଂ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏବଂ ଏହି ଅବସରରେଏହାଛଡା କୃଷି ଏବଂ ପ୍ରାଣି ବିଭାଗର ମିଲେଟ, ହଳଦୀ ଗୁଣ୍ଡ, ଗୋଖାଦ୍ୟ ଇତ୍ୟାଦି ବିଭିନ୍ନ ଷ୍ଟୋଲ ଗୁଡ଼ିକ ମଧ୍ୟ କରାଯାଇଥିଲା |ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି= ମାନ୍ୟବର ବିଧାୟକ ମହୋଦୟ ବାଲିଗୁଡ଼ା, ଶ୍ରୀଯୁକ୍ତ ଚକ୍ରମଣି କଂହର,ସମ୍ମାନିତ ଅତିଥି ତୁମୁଡି଼ବନ୍ଧ ପଞ୍ଚାୟତ ସମିତି ଅଧକ୍ଷା, ଶ୍ରୀମତୀ ବାସନ୍ତି ମାଝି,ଜିଲ୍ଲା ପରିଷଦ ସଦସ୍ୟ ମହୋଦୟ ତୁମୁଡି଼ବନ୍ଧ ଶ୍ରୀଯୁକ୍ତ ନବିନ ପାତ୍ର, ମାନ୍ୟବର ସାଂସଦ ପ୍ରତିନିଧି ମହୋଦୟ ତୁମୁଡି଼ବନ୍ଧ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଗୋଷ୍ଠୀ ଉନୟନ ଅଧିକାରୀ ତୁମୁଡି଼ବନ୍ଧ ଶ୍ରୀଯୁକ୍ତ ବନବିହାରୀ ହରପାଲ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ପ୍ରାଣୀ କଲ୍ୟାଣ ବିଭାଗୀୟ ଅଧିକାରୀ କନ୍ଧମାଳ ଶ୍ରୀଯୁକ୍ତ ଡକ୍ଟର. ଦିଗ୍ ବିଜୟ ଗିରି, ଅତିରିକ୍ତ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀ ଉତ୍ପାଦନ ବିଭାଗୀୟ ଅଧିକାରୀ କନ୍ଧମାଳ ଶ୍ରୀଯୁକ୍ତ ଡକ୍ଟର. ପିୟୁଷ ରଞ୍ଜନ ସୋରେନ୍, ଅତିରିକ୍ତ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀ ରୋଗ ନିୟନ୍ତ୍ରଣ ବିଭାଗୀୟ ଅଧିକାରୀ କନ୍ଧମାଳ ଡକ୍ଟର. ପ୍ରଣବ କିଶୋର ପଟ୍ଟନାୟକ ମୁଖ୍ୟ ବକ୍ତା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ବାଲିଗୁଡ଼ା ଶ୍ରୀଯୁକ୍ତ ଡକ୍ଟର. ଲମ୍ବୋଦର ମହାପାତ୍ର ବିଶେଷ ଅତିଥି= ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ କନ୍ଧମାଳ ଶ୍ରୀଯୁକ୍ତ ଡକ୍ଟର. ଭାଗବତ ଘୋଷ, ଜିଲ୍ଲା ମତ୍ସ୍ୟ ଅଧିକାରୀ କନ୍ଧମାଳ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମଟିକୁ ତୁମୁଡି଼ବନ୍ଧର ଭି.ଏ.ଏସ୍., ଶ୍ରୀଯୁକ୍ତ ଅନଙ୍ଗ କୁମାର ଦାସ, ଅତ୍ୟନ୍ତ ସୁନ୍ଦର ଭାବରେ ପରିଚାଳନା କରିଥିବାବେଳେ ତୁମୁଡି଼ବନ୍ଧର ସମସ୍ତ ଏଲ୍.ଆଇ. (L.I.) ମାନେ ସହଯୋଗ କରିଥିଲେ। ଏହି ମେଳା ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ { ଷ୍ଟାର ନିୟୁଜ ଓଡିଶା}
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)