ସ୍ୱାତୀ ଦ୍ୱାରା ଆଗଧାଡିର କର୍ମକର୍ତା ଙ୍କ ନିମନ୍ତେ ଅନୁଷ୍ଠିତ ହେଲା ତିନିଦିନିଆ ଦକ୍ଷତା ବୃଦ୍ଧି ତାଲିମ।

Nov 12, 2025 - 20:15
Updated: 10 months ago
0 37
ସ୍ୱାତୀ ଦ୍ୱାରା ଆଗଧାଡିର କର୍ମକର୍ତା ଙ୍କ ନିମନ୍ତେ ଅନୁଷ୍ଠିତ ହେଲା ତିନିଦିନିଆ ଦକ୍ଷତା ବୃଦ୍ଧି ତାଲିମ।

ଫିରିଙ୍ଗିଆ,୧୨l୧୧(ଷ୍ଟାର ନିୟୁଜ): କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମାନବ ସମ୍ବଳ ର ସମୟେ ସମୟେ ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । ଏଥି ନିମନ୍ତେ ସମସ୍ତ ଅନୁଷ୍ଠାନ ଧ୍ୟାନର ସହିତ ଗୁରୁତ୍ୱାରୋପ କରିବା ନିତ୍ୟାନ୍ତ ଜରୁରୀ । ଏହି ଗୁରୁତ୍ୱ କୁ ଆଖିଆଗରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତାଙ୍କ ର ବନ୍ଧଗଡ ସ୍ଥିତ ତାଲିମ କେନ୍ଦ୍ର ଠାରେ ଏକ ତିନି ଦିନିଆ ଅନୁଷ୍ଠାନ ବିକାଶ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ୩୫ ଜଣ ଆଗଧାଡିର କର୍ମକର୍ତା ମାନେ ଯୋଗ ଦେଇଥିବା ବେଳେ ସାମାଜିକ ସେବା କ୍ଷେତ୍ରରେ ୪୦ ବର୍ଷର ଅଭିଜ୍ଞତା ରଖିଥିବା କେଦାରନାଥ ରଣଜିତ୍ ତାଲିମ ପ୍ରଦାନ କରିଥିଲେ । ସଂପାଦକ ହରି ଶଙ୍କର ରାଉତ୍ ତାଲିମ ର ଉଦ୍ୟେଶ୍ୟ ବିଷୟରେ ଆଲୋକପାତ କରିବାକୁ ଯାଇ ସମାଜ ସେବା କାର୍ଯ୍ୟରେ ଆଗଭର ହେଉଥିବା ଯୁବପିଢି ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜ ନିଜ ମଧ୍ୟରେ ଅଭିଜ୍ଞତା ର ଆଦାନ ପ୍ରଦାନ ଜରୁରୀ ଏବଂ ତାଲିମ୍ ର ଆବଶ୍ୟକତା ମଧ୍ୟ ଅଛି ବୋଲି କହିଥିଲେ ।

ଏଥିସହିତ ଅନୁଷ୍ଠାନ ପାଇଁ କାର୍ଯ୍ୟକରିବା ସମୟରେ ନିଜର କାର୍ଯ୍ୟଦକ୍ଷତା ବଢାଇବାର ଆବଶ୍ୟକତା ଜରୁରୀ ଏବଂ ନିଜର, ନିଜ ପରିବାର ର ଉନ୍ନତି ସହିତ ଅନୁଷ୍ଠାନର ଇନ୍ନତି ସମ୍ଭବ ହୋଇପାରିବ ବୋଲି କହିଥିଲେ । ଏହି ତାଲିମ୍ ରେ ନେତୃତ୍ୱ କୁ ଗୁରୁତ୍ୱ ଦେଇ ଜଣେ ନେତା କିପରି ବ୍ୟବହାର କରିବା ଉଚିତ ତାହା ଶିଖାଯାଇଥିଲା । ତତ୍ସହିତ କିଛି ପ୍ରଶ୍ନପତ୍ର ମାଧୟମରେ ନିଜ ଭିତରେ ଥିବା ବ୍ୟବହାରିକ ପବୃତି କୁ ବିଶ୍ଳେଶଣ କରି କେଉଁ କ୍ଷେତ୍ରରେ ନିଜର ଦକ୍ଷତା ବଢାଇବାକୁ ହେବ ତାହା ଉପସ୍ଥାପନା ହୋଇଥିଲା । କର୍ଯ୍ୟକ୍ରମ ରେ ଜଣେ ବ୍ୟକ୍ତି କିପରି ସମୟ, ସମ୍ବଳ, ଶକ୍ତି ଓ ସମ୍ଭାବନା କୁ ନେଇ ବ୍ରତ ଫାଳନ କରି ବ୍ରତୀ ହୋଇପାରିବ ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ତାଲିମ ଦାତା ବୁଝାଇଥିଲେ । ମୋଟା ମୋଟି ଭାବେ ଯଦି ଦେଖିବା ଜଣେ ବ୍ୟକ୍ତି ଭିଜନ୍ ଓ ମିଶନ୍ କୁ ହାସଲ କରିବା ପାଇଁ ହେଲେ ଦିବା ସ୍ୱପ୍ନ ଦେଖିବାକୁ ହେବ ଏବଂ ତାହା ପୁରଣ କରିବା ପାଇଁ ନିଜର କାର୍ଯ୍ୟଧାରା କୁ ସ୍ପଷ୍ଟ ଭାବରେ ଚୟନ କରି ଶେଷ ଲକ୍ଷ୍ୟ କୁ ଆଖିଆଗରେ ରଖି କାର୍ଯ୍ୟ ଆରମ୍ଭ କରିବାକୁ ହେବ । ତିନିଦିନ ତାଲିମ୍ ରେ ବିଭିନ୍ନ ଉଦାହରଣ ଓ ଅଧ୍ୟୟନ ମାଧ୍ୟମରେ ଏକ ନିଶ୍ଚିତ ଲକ୍ଷ୍ୟ ହାସଲ ର ପ୍ରୟାସ କରାଯାଇଥିଲେ । କାର୍ଯ୍ୟକ୍ରମର ଶେଷ ରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ଅଧିକାରି ଡାକ୍ତର. ପ୍ରବୋଧ କୁମାର ପ୍ରଧାନ ଙ୍କ ଦ୍ୱାରା ସମାଜସେବା କ୍ଷେତ୍ରରେ ୪୦ ବର୍ଷର ଅଭିଜ୍ଞତା ରଖି ଆଗେଇଚାଲିଥିବା ଶ୍ରୀ. ରଞିତ୍ ଙ୍କୁ ମାନପତ୍ର ଓ ଫୁଲତୋଡା ଦେଇ ସମ୍ମାନିତ କରିବା ସହିତ ସମସ୍ତ ଅଂଶଗ୍ରହଣ କାରି ଙ୍କୁ ପ୍ରମାଣ ପ୍ରଦାନ କରାଯାଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User