ପାଇପ୍ ଲାଇନ୍ ମାଧ୍ୟମରେ ପାଣି ନ ମିଳିବାରୁ ଗମ୍ଭାରୀଗୁଡ଼ା ଗ୍ରାମବାସୀ ହନ୍ତସନ୍ତ l

Apr 18, 2025 - 20:13
0 56
ପାଇପ୍ ଲାଇନ୍ ମାଧ୍ୟମରେ ପାଣି ନ ମିଳିବାରୁ ଗମ୍ଭାରୀଗୁଡ଼ା ଗ୍ରାମବାସୀ ହନ୍ତସନ୍ତ l

କଳାହାଣ୍ଡି, ୧୮|୪ (ଷ୍ଟାର ନିୟୁଯଜ ଓଡିଶା ):ଜଳ ହିଁ ଜୀବନ। ଜଳ ବିନା ଜୀବନ ଅସମ୍ଭବ ! ସରକାର ବସୁଧା ଯୋଜନା ମାଧ୍ୟ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମେ ଗ୍ରାମେ ପାଇପ ଲାଇନ କରି ପାଣି ଯୋଗାଇ ପାଇଁ ବିଫଳହୋଇଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ଗାଁରେ । ୫ ବର୍ଷ ପୂର୍ବେ ଗମ୍ଭାରୀଗୁଡ଼ା ଗାଁର ପ୍ରତ୍ୟେକ ଘରେ ଘରେ ପାଇପ୍ ପୋତା ଯାଇ ନଳଗୁଡିକ ଲଗା ଯାଇଥିଲା । କିନ୍ତୁ ଦୁଃଖର ବିଷୟ ପୋତାଯାଇ ଥିବା ପାଇପ୍ ଏବଂ ନଳଗୁଡିକ କଳଙ୍କ ଲାଗି ଖରାପ ହେବାକୁ ବସିଲାଣି ହେଲେ ଜଳ ସୁବିଧା ଏପର୍ଯ୍ୟନ୍ତ ଅନେକ ପରିବାର ପାଣି ପାଇବାରୁ ବଞ୍ଚିତ। ସୂଚନା ଅନୁସାରେ ଗମ୍ଭାରୀଗୁଡ଼ା ଗାଁରେ ମୁଟୁରା ନଦୀରୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା କିନ୍ତୁ ଅଳ୍ପ କେତେକ ପରିବାରଙ୍କୁ ଛାଡ଼ି ଦେଲେ ଗାଁର ସମସ୍ତେ ପାଣି ପାଇବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସରକାର ଜନସାଧାରଣଙ୍କ ପାଇଁ ଅନେକ ଯୋଜନା ତଥା ସୁବିଧା କରିବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ଆସୁଛନ୍ତି ହେଲେ ସେହି ଯୋଜନା ସବୁ ବିଫଳ ହେବା ଦ୍ଵାରା ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ସୂଚନାନୁସାରେ ଜନଗଣନା ୨୦୧୧ ଅନୁସାରେ ଗମ୍ଭାରୀଗୁଡ଼ା ଗାଁରେ ସର୍ବମୋଟ ୪୬୪ ପରିବାର ୧୬୮୧ ଜନସଂଖ୍ୟା ବସବାସ କରିଆସୁଛନ୍ତି ଓ ସେଥିରେ ୨୨ ଗୋଟି ନଳକୂପ ଚାଲୁଛି ହେଲେ ୧୪ ବର୍ଷ ପରେ ପରିବାର ସଂଖ୍ୟା ବଢିବା ସହିତ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଅପରପକ୍ଷରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଛି ପୋଖରି, ନାଳ, କେନାଲ ସବୁ ଶୁଖିଗଲାଣି।ନଳକୂପ ଗୁଡିକରେ ଜଳ ସ୍ତର ମଧ୍ଯ କମି କମି ଯାଉଛି ଏବଂ ବହୁତ୍ କଷ୍ଟରେ ନଳକୂପ ରୁ ପାଣି ବାହାରୁଛି ଯଦ୍ୱାରା ଗ୍ରାମ ସ୍ଥିତ ମହିଳାମାନଙ୍କ ସମେତ ଗ୍ରାମବାସୀମାନେ ପାଣି ନିମନ୍ତେ ହାହାକାର ହେଉଛନ୍ତି। ଏପଟେ RWSS ବିଭାଗ ମେଗା ପାଇପ୍ ମାଧ୍ୟମରେ ଜଳ ଯୋଗାଣ କରାଯିବା କଥା ପ୍ରକାଶ କରୁଛନ୍ତି। ସୂଚନାନୁସାରେ ଏପର୍ଯ୍ୟନ୍ତ ମେଗା ପାଇପ୍ ଯୋଗେ ଜଳ ଯୋଗାଣ କାର୍ଯ୍ୟ ଏପର୍ଯ୍ୟନ୍ତ ୨୦% ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ତେଣୁ ଏହିଭଳି ଭାବରେ ପାଣିର ସମସ୍ୟାକୁ ନେଇ ସେହି ଗାଁରେ ଥିବା ମହିଳାମାନେ ଏବଂ ଗ୍ରାମବାସୀମାନେ ଜଳ ଯୋଗାଣ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ନିମନ୍ତେ ସରକାରଙ୍କୁ ଅନୁରୋଧ କରୁଛନ୍ତି ।

ଭବାନୀପାଟଣା ରୁ ବିୟୁରୋ ରିପୋର୍ଟ ଷ୍ଟାରନିଉଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User