ଝରିଗାଁ ବ୍ଲକରେ କାଳ ବୈଶାଖୀ ପ୍ରଭାବ ବଜ୍ରାଘାତରେ ୬ ଗାଇ ମୃତ୍ୟୁ

Apr 18, 2025 - 20:08
0 230
ଝରିଗାଁ ବ୍ଲକରେ କାଳ ବୈଶାଖୀ ପ୍ରଭାବ ବଜ୍ରାଘାତରେ ୬ ଗାଇ ମୃତ୍ୟୁ

ଝରିଗାଁ,୧୮l୪(ଷ୍ଟାର ନିୟୁଜ ଓଡ଼ିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଥାଠବେଡା ସ୍ଥିତ ଶାଳ ବଣରେ ୬ଗୋଟି ଗାଇ ବର୍ଷା ଯୋଗୁଁ ଆଶ୍ରୟ ନେଉଥିବା ବେଳେ ବଜ୍ରାଘାତ ହେବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ସୁରୁମୁଣ୍ଡା ଗ୍ରାମର ଚାଷୀ ଦୁର୍ଜନ ସାନ୍ତାଙ୍କ ଦୁଇଟି ଗାଇ ଏବଂ ପପୁ ସାନ୍ତାଙ୍କ ୪ଟି ଗାଇ ସୁରୁମୁଣ୍ଡା ଗ୍ରାମ ଠାରୁ ଅଧା କିଲୋମିଟର ଦୂରରେ ଥିବା ଥାଠବେଡା ସ୍ଥିତ ଶାଳ ବଣରେ ଚୋରିବା ପାଇଁ ଯାଇଥିଲେ।ତେବେ କାଳ ବୈଶାଖୀ ପ୍ରଭାବରେ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚ ଘଣ୍ଟା ସମୟରେ ବର୍ଷା ସହ ଘଡଘଡି ହୋଇଥିଲା।ଗାଇ ଗୁଡିକ ବର୍ଷା ହେବା ଯୋଗୁଁ ଶାଳ ବଣର ଗୋଟିଏ ଗଛରେ ଆଶ୍ରୟ ନେଉଥିଲେ।ହଠାତ ସେହି ଗଛରେ ବଜ୍ରାଘାତ ହେବା ଯୋଗୁଁ ଘଟଣା ସ୍ଥଳରେ ୬ ଗୋଟି ଗାଇର ମୃତ୍ୟୁ ହୋଇ ଯାଇଥିଲା।ଚାଷୀ ମାନେ ଘଟଣା ପରେ ତୁରନ୍ତ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀଙ୍କୁ ସୂଚନା ଦେଇଥିଲେ।ଶ୍ରୀ ମାଝୀ ତୁରନ୍ତ ଝରିଗାଁ ପ୍ରାଣୀ ବିଭାଗକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ତେବେ ଆସନ୍ତା କାଲି ପ୍ରାଣୀ ବିଭାଗ ପକ୍ଷରୁ ଗାଇ ଗୁଡିକର ଶବ ବ୍ୟବଚ୍ଛେଦ ହେବା ପରେ ଚାଷୀ ମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୁଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User