ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ।
ଝରିଗାଁ,୨୧l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିଣିଗୁଡ଼ା ଗ୍ରାମର ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ,ଟାଙ୍ଗିଣିଗୁଡ଼ା ଗ୍ରାମର ସନ୍ୟାସୀ ଜାନୀ(40) ଗତକାଲି ଦ୍ବିପ୍ରହରରେ ଘରଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ନାଳକୁ କଙ୍କଡା ସଂଗ୍ରହ କରିବା ପାଇଁ ଯାଇଥିଲେ।ତେବେ ଅସାବଧାନତା ଯୋଗୁଁ ନାଳ ପାଣିରେ ପଡି ମୃତ୍ୟୁ ହୋଇ ଯାଇଥିଲା।ପରିବାର ଲୋକ ସନ୍ୟାସୀ ଘରକୁ ଫେରିବା ବିଳମ୍ବ ହେବା ଯୋଗୁଁ ଖୋଜାଖୋଜି କରିଥିଲେ।ଶେଷରେ ନାଳରେ ସନ୍ୟାସୀଙ୍କ ଶବ ଭାସୁଥିବା ଦେଖିଥିଲେ।ପରେ ପରିବାର ପକ୍ଷରୁ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଝରିଗାଁ ପୋଲିସ ଗତକାଲି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।ଆଜି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଏଠାରେ ପ୍ରକାଶ ଯେ ସନ୍ୟାସୀଙ୍କ ମୁର୍ଚ୍ଛା ରୋଗ ଥିବା ସୂଚନା ମିଳିଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)