ପାତ୍ରପୁଟ ଠାରେ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଅଞ୍ଚଳବାସୀଙ୍କ ଦାବୀ ।
ତେନ୍ତୁଳୀଖୁଣ୍ଟି,୨୧l୯ (ଷ୍ଟାର ନିୟୁଜ ଓଡ଼ିଶା ): ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ବ୍ଳକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମ ପଂଚାୟତ ଠାରେ ଏକ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି |ଏଥିପାଇଁ ଆଜି ସ୍ଥାନୀୟ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ଶିକ୍ଷିତ ବ୍ୟକ୍ତି ତଥା ଭଦ୍ର ବ୍ୟକ୍ତିମାନେ ପାତ୍ରପୁଟ ପଂଚାୟତ ସଦର ମହକୁମା ସ୍ଥିତ ଆରଏମସି ଗୋଦାମ ପରିସର ମଧ୍ୟରେ ଏକ ବୈଠକ କରି ଏହି ବିଷୟ ବସ୍ତୁ ଉପରେ ପ୍ରାଞ୍ଜଳ ଭାବେ ଆଲୋଚନା କରିବା ସହିତ ଆସନ୍ତା ସୋମବାର ଦିନ ଜିଲ୍ଲାପାଳଙ୍କ ଜନଶୁଣାଣି ରହିଥିବାରୁ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯିବା ନେଇ ସ୍ଥିର କରା଼ଯାଇଛି|ପ୍ରକାଶ ଥାଉକି, ତେନ୍ତୁଳୀଖୁଣ୍ଟି ବ୍ଳକର ଇନ୍ଦ୍ରାବତୀ ପଂଚାୟତ ସଦର ମହକୁମା ଠାରେ କେବଳ ଗୋଟିଏ ମାତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପିତ ହୋଇଛି | ବର୍ତ୍ତମାନ ତେନ୍ତୁଳୀଖୁଣ୍ଟି ଓ ପୂଜାରୀଗୁଡା ଠାରେ ଦୁଇଟା କଲେଜ ଖୋଲାଯାଇଛି |ହେଲେ ଉଭୟ କଲେଜର ବର୍ତ୍ତମାନ ନାମଲେଖା ପ୍ରକ୍ରିୟା ଚାଲୁରହିଛି |ଉଭୟ ସ୍ଥାନରେ ନୂତନ କଲେଜ ସ୍ଥାପିତ ହେବା ପରେ ମଧ୍ୟ ପାତ୍ରପୁଟ ଓ ତାର ଆଖପାଖ ପାଞ୍ଚଖଣ୍ଡ ପଂଚାୟତର ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ପାଠ ପଢିବା କାଠିକର ପାଠ ହୋଇପଡିବ ବୋଲି ବୁଦ୍ଧିଜୀବୀ ଓ ଜନ ପ୍ରତିନିଧି ମାନେ ମତ ପ୍ରକାଶ କରିଛନ୍ତି |ଉଭୟ କଲେଜ ପାତ୍ରପୁଟ ତଥା ଆଖପାଖ ପଂଚାୟତ ଠାରୁ 17 କି,ମି ଦୂରରେ ସ୍ଥାପିତ ହୋଇଥିବାରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ନେଇ ମତ ପ୍ରକାଶ ପାଇଛି ଏବଂ ପ୍ରତି ବର୍ଷ ଏହି ଅଂଚଳରୁ 400ରୁ 500 ଜଣ ଛାତ୍ର ଛାତ୍ରୀ ଦଶମ ପାସ୍ ପରେ ଅଧିକାଂଶ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି |ତେଣୁ ପାତ୍ରପୁଟ ଠାରେ ଏକ ନୂତନ କଲେଜ ସ୍ଥାପନ କରାଗଲେ ପାତ୍ରପୁଟ ପଂଚାୟତ ସହିତ ପାତ୍ରପୁଟ ଆଖପାଖରେ ଥିବା ପାଞ୍ଚଗୋଟି ପଂଚାୟତର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ବେସ ସୁବିଧା ଜନକ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ଆଇନ ଜିବି ଓ ଜନ ପ୍ରତିନିଧି ମାନେ ମତ ପ୍ରକାଶ କରିବା ସହିତ ଏନେଇ ସରକାରଙ୍କୁ ଦାବୀ ଜଣେଇବା ପାଇଁ ଆଜିର ବୈଠକରେ ସ୍ଥିର କରାଯାଇଛି |ଆଜିର ବୈଠକର ଆବାହକ ପ୍ରହ୍ଲାଦ ହିଆଲଙ୍କ ଆବାହନରେ ପିତାମ୍ବର ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜୁରୀ ବିଷୋୟୀ ,ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ଦିଲ୍ଲୀପ ପ୍ରଧାନୀ,ଡମ୍ବରୁ ଭତ୍ରା, ପ୍ରଭାତି କନ୍ଦ, ଭବାନୀ ବିଷୋୟୀ, ଜୀବନ ଟାକ୍ରୀ,ଲକ୍ଷ୍ମଣ ବିଷୋୟୀ, ଗୋପାଳ ସାହୁ, ଭବାନୀ ମହାପାତ୍ର, ପୁରୁଷୋତ୍ତମ ବିଷୋୟୀ, ଚନ୍ଦନ ଚରଣ ବିଷୋୟୀ,ଝରୀଗାଁ ଗୁମା ସରପଞ୍ଚ ମନମୋହନ ଦଳପତି,ପାତ୍ରପୁଟ ସରପଞ୍ଚ ଶିବାନନ୍ଦ ପ୍ରଧାନୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ ବୈଠକରେ ଉପସ୍ଥିତ ରହିଥିଲେ l
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
1
Wow
0
Sad
0
Angry
0
Comments (0)