ପାନୀୟ ଜଳ ଓ ବିଜୁଳି ବିହୀନ ଜୀବନ କୋ ଟଗଡ଼ ବି - ନୂଆଗାଁ ଆଦିବାସୀ ସାହିର ଦୁଃଖଦ ଚିତ୍ର l

Feb 27, 2026 - 09:00
0 25
ପାନୀୟ ଜଳ ଓ ବିଜୁଳି ବିହୀନ ଜୀବନ କୋ ଟଗଡ଼ ବି - ନୂଆଗାଁ ଆଦିବାସୀ ସାହିର ଦୁଃଖଦ ଚିତ୍ର l

କୋଟଗଡ଼, କନ୍ଧମାଳ | ତା. ୨୬/୦୨ ( ଷ୍ଟାର ନିୟୁଜ ଓଡିଶା )

କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ଅନ୍ତର୍ଗତ ଯୋଡ଼ାବାଲି ପଞ୍ଚାୟତର ବି-ନୂଆଗାଁ ସିମିଟିଗୁମା ଆଦିବାସୀ ସାହିରେ ମୂଳଭୂତ ସୁବିଧାର ଗଭୀର ଅଭାବ ଦେଖିବାକୁ ମିଳିଛି। ପ୍ରାୟ ୫ରୁ ୬ ବର୍ଷ ଧରି ଏଠାରେ ୧୦ଟି ପରିବାର ବସବାସ କରୁଥିବା ସତ୍ତ୍ୱେ, ପାନୀୟ ଜଳ ଓ ବିଜୁଳି ସୁବିଧା ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ପିଇବା ପାଣି ପାଇଁ ସେମାନେ ପ୍ରତିଦିନ ଏକ କିଲୋମିଟରରୁ ଅଧିକ ଦୂର ଯାଇବାକୁ ବାଧ୍ୟ ହେଉଛନ୍ତି। ଏହା ସହିତ ରାତିରେ ବିଜୁଳି ଆଲୋକ ନଥିବାରୁ ସମଗ୍ର ସାହି ଅନ୍ଧକାରରେ ଡୁବି ରହୁଛି। ଏହି ପରିସ୍ଥିତି ଶିଶୁ, ମହିଳା ଓ ବୃଦ୍ଧମାନଙ୍କ ପାଇଁ ବିଶେଷ କଷ୍ଟଦାୟକ ହୋଇପଡ଼ିଛି।
ବାସିନ୍ଦାମାନେ ଅନେକଥର ସରକାର ଓ ସ୍ଥାନୀୟ ପ୍ରଶାସନଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସ୍ପଷ୍ଟ ପଦକ୍ଷେପ ନେଇଯାଇନାହିଁ। ସରକାର ଉନ୍ନତିର ଦାବି କରୁଥିବା ବେଳେ ଏହିପରି ଆଦିବାସୀ ଅଞ୍ଚଳର ଅବହେଳା ପ୍ରଶ୍ନ ଉଠାଉଛି।
ସ୍ଥାନୀୟ ଲୋକମାନେ ଶୀଘ୍ର ପାନୀୟ ଜଳ ଓ ବିଜୁଳି ସୁବିଧା ଯୋଗାଇବାକୁ ଦାବି କରିଛନ୍ତି। ଏବେ ଦେଖିବାକୁ ରହିଗଲା, ଖବର ପ୍ରସାରଣ ପରେ ପ୍ରଶାସନ କେବେ ସଚେତନ ହେବ।
(ଷ୍ଟାର ନିୟୁଜ୍ ଓଡ଼ିଶା ପାଇଁ କନ୍ଧମାଳରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡ଼ସେଟ ଙ୍କ ରିପୋର୍ଟ)

What's Your Reaction?

Like Like 1
Dislike Dislike 1
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User