ପୁଣି ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ଦୁଇଟି ଘର ଭାଙ୍ଗି ଧାନ ଚାଉଳ ସମେତ ଆବାସପତ୍ର ନଷ୍ଟ କଲେ,ଅଳ୍ପକେ ବର୍ତିଲେ ୨ ପରିବାର।

Sep 10, 2025 - 19:59
0 22
ପୁଣି ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ   ଦୁଇଟି ଘର ଭାଙ୍ଗି ଧାନ ଚାଉଳ ସମେତ ଆବାସପତ୍ର  ନଷ୍ଟ କଲେ,ଅଳ୍ପକେ ବର୍ତିଲେ ୨ ପରିବାର।

ଲାଞ୍ଜିଗଡ଼,ତା.୧୦/୯(ଷ୍ଟାର ନିୟୁଜ ଓଡିଶା):କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି।ହାତୀପଲ ଦିନକୁ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ୱାଲୀ ଗାଁରେ। ସୂଚନା ମତେ ପାହାଡ ପଦର ପଞ୍ଚାୟତ ଅନ୍ତର୍ଗତ ପଟାଙ୍ଗ ପଦର ଗାଁର ଦୁଇ ପରିବାର କିଛି ବର୍ଷ ହେବ ବେନଗାଁ ପଞ୍ଚାୟତର ଢୋଡ଼ୱାଲୀ ଗାଁରେ ରହି ପୋଡୁ ଚାଷ କରି ଆସୁଥିଲେ।ହେଲେ ରବିବାର ବିଳମ୍ବିତ ରାତିରେ ୨୨ଟିକିଆ ହାତୀ ପଲ ଲାଞ୍ଜିଗଡ଼ ନିକଟସ୍ଥ ଝିମିରି ଜଙ୍ଗଲରୁ ଗାଁ ମୁହାଁ ହୋଇ ଗାଁ ନିକଟରେ ଯାଇ ଭୀଷଣ ଗର୍ଜନ କରିଥିଲେ l ଗର୍ଜନ ଶୁଣି ଦୁଇ ପରିବାର ଜୀବନ ବିକଳରେ ଘର ଛାଡି ନିକଟସ୍ଥ ଗାଁ ଘୋଡ଼ାପୋଖରୀକୁ ଚାଲି ଯାଇଥିଲେ। ହେଲେ ସକାଳୁ ଗାଁକୁ ଆସିକି ଦେଖିଲା ବେଳକୁ ଏପଟେ ସର୍ବସ୍ୱାନ୍ତ କରି ଦୁଗୀ ମାଝୀ ଓ ପୁରାଣା ମାଝୀଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହିତ ଧାନ,ଚାଉଳ, ମାଣ୍ଡିଆ, ବିରି ଓ ଆସବା ପତ୍ରକୁ ମାଡି ଚକଟି ଦେଇଥିବା ଦେଖିବାକୁ ମିଳିଛି।ବର୍ତ୍ତମାନ ହାତୀପଲ ଗାଁ ନିକଟରେ ଥିବା ଝିମିରି ଜଙ୍ଗଲରେ ରହିଥିବା ବେଳେ ଲୋକେ  ଲାଞ୍ଜିଗଡ ଠାରୁ ବେନଗାଁ ଦେଇ ସେହି ରାସ୍ତାରେ ଯାତାୟାତ ପାଇଁ ଭୟଭୀତ ହୋଇପଡିଛନ୍ତି l ଏନେଇ ଖବର ପାଇ ମୂଷାନାଲ ସେକ୍ସନ ଭାରପ୍ରାପ୍ତ ବନପାଳ ମହେଶ କୁମାର ମହାପାତ୍ର, ବନରଖି ସୁରେନ୍ଦ୍ର ଶବର, ନିରାକାର ଦାସ, ଗଜସାଥି ସୁରେନ୍ଦ୍ର ପୂଝରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି ।ତେବେ ଉକ୍ତ ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ କ୍ଷତିଗ୍ରସ୍ତ ପରବାରକୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦୁଇ ପରିବାର ଆକୁଳ ନିବେଦନ କରିଛନ୍ତି।ଏଣୁ ଏଥିପ୍ରତି ବନ ବିଭାଗ ଓ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User