ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନା ପ୍ରତିବାଦରେ ଶୋଭା ଯାତ୍ରା

Sep 17, 2025 - 20:38
0 15
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନା ପ୍ରତିବାଦରେ ଶୋଭା ଯାତ୍ରା

ଭବାନୀପାଟଣା ତା.୧୭/୯ (ଷ୍ଟାର ନିୟୁଜ ଓଡିଶା )ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ବିଜେଡି ସଭାପତି ଆହ୍ୱାନ କ୍ରମେ ରାଜ୍ୟରେ ବଡୁଥିବା ମହିଳା ନିର୍ଯାତନା ପ୍ରତିବାଦରେ ଏବଂ ମହିଳା ସୁରକ୍ଷା ଦାବିରେ ଆଜି କଳାହାଣ୍ଡି ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ମାଁ ମାଣିକେଶ୍ଵରୀ ମନ୍ଦିର ଠାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ବିଜେଡି କର୍ମକର୍ତ୍ତା ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ସେହିପରି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡାଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ସହ ତାଙ୍କ ଜରିଆରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।    ଓଡିଶାରେ ମହିଳା ମାନଙ୍କ ପ୍ରତି ଦିନକୁ ଦିନ ହିଂସା, ନିର୍ଯାତନା, ଅପରାଧ, ଅସମ୍ମାନ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବଢ଼ିବାରେ ଲାଗିଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ନାରୀ ନିର୍ଯାତନା ଅହେତୁକ ଭାବରେ ବୃଦ୍ଧି ହୋଇଛି। ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏଥିପାଇଁ ନିନ୍ଦିତ ହେଉଛି। ରାଜ୍ୟର ବିଜେପି ସରକାର ଏ ନେଇ କୌଣସି ବଳିଷ୍ଠ ପଦକ୍ଷେପ ନେଇ ପାରୁନାହାଁନ୍ତି।ମହିଳାଙ୍କ ସୁରକ୍ଷା ପାଇଁ ତଥା ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀକୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛି। ଗୋପାଳପୁର ଓ ବାଲିହରଚଣ୍ଡି ପୀଠରେ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଗଣଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ଅମାନବୀୟ ଓ ନିନ୍ଦନୀୟ ବୋଲି ବିଜେଡି ଗର୍ଜିଥିଲା। ଏଣୁ ଏହିସବୁ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ତତ୍ପରତା ଦେଖାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ ଦାବୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଲଳିତା ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ବିସିସି ବ୍ୟାଙ୍କ ସଭାପତି ଗିରୀଶ ବେହେରା, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ସୁଧିରା ମେହେର, କଲ୍ୟାଣୀ ନାଏକ, ସଂଯୁକ୍ତା ବେହେରା, ସୁନନ୍ଦା ସାହୁ, ମନିଷା ସାହୁ, ବିଜୟଲକ୍ଷ୍ମୀ କନ୍ଦପାନ, ପ୍ରତିଭା ଚୌହାନ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଧର୍ମେନ୍ଦ୍ର ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ଯୁବ ଉପସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବଦ୍ରିନାରାୟଣ ପଟ୍ଟନାୟକ, ହିମାଦ୍ରି ନାଏକ, ମହେଶ ସାହୁ, ଯଜାତି ନାୟକ, ପ୍ରଶାନ୍ତ ନାଏକ, ଦୀନେଶ ବଗର୍ତ୍ତି, ଅବଦୁଲ କାଦୀର, ଶିବା ସାହୁ, ସେନାପତି ନାଏକ, କ୍ଷୀରସିନ୍ଧୁ ନାଏକ, ପିତବାସ ବେହେରା, ତଥା ଭବାନୀପାଟଣା ପୌରପାଳିକାର ସମସ୍ତ କାଉନସିଲର ପ୍ରମୁଖ ଯୋଗଦେଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User