ପେସା ରାଜନୀତି, ନିଶା ସମାଜ ସେବା । ଜନସେବା ରେ ନିମଗ୍ନ ଦମ୍ପତି ।

ଫିରିଙ୍ଗିଆ,୩୦l୬ (ଷ୍ଟାର ନିୟୁଜ): ପେସାରେ ରାଜନୀତିଜ୍ଞ ହେଲେ ନିଶା ତାଙ୍କର ସମାଜ ସେବା । କାହାର କଣ ଅସୁବିଧା ହେଲା ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ପହଂଚି ଯାଆନ୍ତି । ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତି ।ସବୁବେଳେ ଜନସାଧାରଣଙ୍କ ସମସ୍ୟାକୁ କାନ ଡେରିଥାନ୍ତି । ଦିନ ହେଉ କି ରାତି, ବର୍ଷା ହେଉ କି ତାତି, ଏସବୁ କୁ ଖାତିର ନକରି ପହଂଚି ଯାଆନ୍ତି ଦୁଖୀ ଲୋକଙ୍କ ପାଖରେ । ଅସୁବିଧାରେ ପଡିଥବା ଲୋକଙ୍କୁ ଧର୍ଯ୍ୟ ଓ ସାହସ ଦିଅନ୍ତି । ତାଙ୍କୁ ପାଖରେ ପାଇ ଦୁଃଖିତ ଲୋକର ମୁହଁରେ ହସ ଫୁଟିଉଠେ ।ତାକୁ ଏକ ନୁଆଁ ଆଶାର କିରଣ ଦୃଶ୍ୟମାନ ହୁଏ ।ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୁଏରୀମାଣ୍ଡୁ ପଂଚାୟତର ସମିତି ସଭ୍ୟ ପଞ୍ଚାନନ ଦିଗାଲ । ବୟସ ମାତ୍ର ୩୯ ବର୍ଷ । ସେ ତାଙ୍କର ଏହି ଜନସେବା ପାଇଁ ଅନେକ ସ୍ଥାନରେ ମାନପତ୍ର ପାଇ ସମ୍ମାନିତ ମଧ୍ୟ ହୋଇଛନ୍ତି ପଞ୍ଚାନନ ଗୋଟେ ସାଧାରଣ ପରିବାରରେ ଜନ୍ମ ହୋଇଛନ୍ତି । ତେଣୁ ଗରିବ ଖଟିଖିଆ ମାନଙ୍କ ଦୁଃଖ ଦୁର୍ଦଶା ବିଷୟରେ ସେ ବେସ ପରିଚିତ । ତେଣୁ ସେ କାହାରି ଦୁଃଖକୁ ଦେଖି ସହି ପାରନ୍ତିନି ।
ଯାହାକୁ ରକ୍ତର ଆବଶ୍ୟକତା ଥାଏ ତାକୁ ରକ୍ତଦାନ କରିବା ତାଙ୍କର ସବୁଠାରୁ ବଡ଼ ନିଶା । ସେ ଅନେକ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ନୁଆଁ ଜୀବନ ଦେଇଥିବା ପ୍ରମାଣ ରହିଛି ।
ଅନେକ ସମୟରେ ନିଜ ଗାଡିରେ ରୋଗୀ ମାନଙ୍କୁ ଡାକ୍ତରଖାନା ନେବା ସହିତ ତାଙ୍କ ସୁସ୍ଥ ହେବା ଯାଏ ଡାକ୍ତରଖାନାରେ ଅପେକ୍ଷା କରିଥିବା ଲୋକେ କୁହନ୍ତି । ସେଥିପାଇଁ ତ ସେ ଅଞ୍ଚଳବାସୀଙ୍କ ପ୍ରିୟ ପଞ୍ଚାନନ ।ତାଙ୍କର ସାହାଯ୍ୟ ମନୋବୃତ୍ତି ପାଇଁ ଅଞ୍ଚଳବାସୀ ତାଙ୍କୁ ବାହାଘର, ଭୋଜିଘର, ଏକୋଇଶିଆ, ଦଶାକ୍ରିୟା, ବ୍ରତ ଆଦି ସାମାଜିକ କାର୍ଯ୍ୟ ମାନଙ୍କରେ ଲୋକେ ତାଙ୍କୁ ନିମନ୍ତ୍ରଣ କରନ୍ତି ।ପଞ୍ଚାନନ ମଧ୍ୟ ନିମନ୍ତ୍ରଣ ପାଇବା କ୍ଷଣି ସମସ୍ତ କାର୍ଯ୍ୟ ପଛରେ ଛାଡି ପହଂଚି ଯାଆନ୍ତି ନିମନ୍ତ୍ରିତ ସ୍ଥାନରେ ।ନିଜ ଅଂଚଳ ଏକ ବନ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ପଞ୍ଚାନନ ସମିତି ସଭ୍ୟ ହେବା ପରଠାରୁ ନିଜ ପଂଚାୟତର ପ୍ରତି ଦୁର୍ଗମ ଅଞ୍ଚଳ ସବୁ ବୁଲି ଜନସାଧାରଣ ମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି । ପ୍ରଶାସନିକ ଅଧିକାରୀ ମାନଙ୍କୁ ନିଜ ଗାଡିରେ ବସେଇ ଦୁର୍ଗମ ଅଞ୍ଚଳର ଗାଁ ଗୁଡିକ ବୁଲେଇ ଜନସାଧାରଣଙ୍କ ସମସ୍ୟା ବିଷୟରେ ଅବଗତ କରେଇବା ସହ ସେମାନଙ୍କ ସମସ୍ୟା ସବୁର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କ ଆଗରେ ନେହୁରା ହେଉଛନ୍ତି ।ତାଙ୍କର ଏପରି ଉଦାର ମନୋଭାବରେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ବେସ ସନ୍ତୁଷ୍ଟ ହୋଇ ତାଙ୍କ ଦ୍ୱାରା ଜଣେଇ ଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ତତ୍ପରତା ଦେଖାଉଛନ୍ତି ।ତାଙ୍କର ଏହି ଉଦାର ପଣିଆ ମନୋଭାବ, ପରୋପକାରୀ ଚିନ୍ତାଧାରା ଏବଂ ଜନ କଲ୍ୟାଣ ପାଇଁ ନିଷ୍ଠା ମନୋଭାବ ତାଙ୍କୁ ସମସ୍ତଙ୍କ ପ୍ରିୟ କରିଦେଇଛି ।ପଞ୍ଚାନନଙ୍କ ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ବେସ ପ୍ରଶଂସା କରୁଛନ୍ତି । ପଞ୍ଚାନନଙ୍କ ସ୍ତ୍ରୀ ସସ୍ମିତା ଦିଗାଲ ମଧ୍ୟ ପଞ୍ଚାନନଙ୍କ ଠାରୁ କୋଉ ଗୁଣରେ କମ ନୁହନ୍ତି । ସେ ମଧ୍ୟ ଗୋଟେ ମଧ୍ୟବିତ୍ତ ପରିବାରରୁ ଆସିଥିବା ବେଳେ ତାଙ୍କ ପରିବାର ସବୁବେଳେ ରାଜନୀତିଜ୍ଞ ମାନଙ୍କ ସହିତ ଜଡିତ ରହିଛି ।ତେଣୁ ପିଲାବେଳୁ ସସ୍ମିତାଙ୍କ ର ମଧ୍ୟ ସମାଜସେବାରେ ଅହେତୁକ ଦୁର୍ବଳତା ରହିଛି । ୨୦୧୭ ମସିହାରେ ସେ କୁଏରୀମାଣ୍ଡୁ ପଂଚାୟତ ର ସମିତି ସଭ୍ୟା ଥିବା ସହ ଗୋଟିଏ ଥର ପାଇଁ ବ୍ଲକ ଉପାଧ୍ୟକ୍ଷା ମଧ୍ୟ ରହିଥିଲେ।ରାଜନୀତିରେ ଥାଇକି ମଧ୍ୟ ଜନସେବାରେ ନିଜକୁ ନିୟୋଜିତ ରଖି ଜନସାଧାରଣଙ୍କ ସେବା କରୁଥିଲେ ।ବର୍ତମାନ ସ୍ୱାମୀସ୍ତ୍ରୀ ଦୁହେଁ ନିଜ ଅଞ୍ଚଳ ସବୁ ବୁଲି ଜନସେବା ଜାରି ରଖିଛନ୍ତି ।ଲୋକେ ପଞ୍ଚାନନଙ୍କୁ ଯେତିକି ଆଦର କରନ୍ତି ସସ୍ମିତାଙ୍କୁ ମଧ୍ୟ ସେତିକି ହିଁ ଆଦର କରନ୍ତି ।
What's Your Reaction?






