ପୋଲିସ ଡିଜି ଙ୍କ ଉଦ୍ଦେଷ୍ୟରେ ସ୍ମାରକ ପତ୍ର

Aug 01, 2025 - 17:31
0 27
ପୋଲିସ ଡିଜି ଙ୍କ ଉଦ୍ଦେଷ୍ୟରେ ସ୍ମାରକ ପତ୍ର

କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ତା. ୧/୮(ଷ୍ଟାର ନିୟୁଜ ଓଡିଶା )ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବୀ ସହ ରାଜ୍ୟରେ ମହିଳା ଓ ଛାତ୍ରୀ ମାନଙ୍କ ସୁରକ୍ଷା ଦାବି କରି ରାଜ୍ୟ ବ୍ୟାପୀ ଯୁବ -ଛାତ୍ର ବିଜେଡି ତରଫରୁ ଅଗଷ୍ଟ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁକ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶତାଧିକ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସଦରଥାନା ପର୍ଯ୍ୟନ୍ତ ଯାଇଥିଲେ। ଏଥି ସହିତ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସଦରଥାନା ଠାରେ ଉପସ୍ଥିତ ସଦର ଏସଡିପିଓ ନରେଶ ପ୍ରଧାନଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ସହ ମହିଳା ସୃରକ୍ଷା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଗତ ୧୩ ମାସର ବିଜେପି ସରକାର ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ନାରୀ ନିର୍ଯାତନା ଅହେତୁକ ଭାବରେ ବୃଦ୍ଧି ହୋଇଛି। ରାଜ୍ୟରେ ଛାତ୍ରୀ ମାନେ ପର୍ଯ୍ୟଟନ ସ୍ଥଳୀ ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସ ପର୍ଯ୍ୟନ୍ତ ସୁରକ୍ଷିତ ନାହାଁନ୍ତି। ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା, ବଳଙ୍ଗା ନାବାଳିକା ପୋଡ଼ି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛି ଛାତ୍ର ବିଜେଡି। କଳାହାଣ୍ଡିର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଆଗାମୀ ୭ ଅଗଷ୍ଟ ପର୍ଯ୍ୟନ୍ତ ନିକଟରେ ଥିବା ଥାନାକୁ ଯାଇ ନାରୀ ସୁରକ୍ଷା ନିମନ୍ତେ ପୋଲିସ୍ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ କାର୍ଯକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି। ଏହା ସହିତ ଅଗଷ୍ଟ ୮ ରୁ ୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଖୋଲା ଚିଠି ଲେଖି ଆଇନଶୃଙ୍ଖଳା ପରିସ୍ଥିତି ଓ ନାରୀ ସୁରକ୍ଷା ପାଇଁ ଠୋସ ପଦକ୍ଷେପ ନେବାକୁ ଜଣାଇବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଧବଳେଶ୍ଵର ମହାପାତ୍ର, ନଗରପାଳ ବିଷ୍ଣୁ ପ୍ରଧାନ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ଯୁବ ନେତା ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ଶିବା ସାହୁ, ଚୈତନ୍ୟ ବାଗ, ପ୍ରତିଭା ଜାଲ, ମାନସ ସିନ୍ଦୂର, ପିତବାସ ବେହେରା, କ୍ଷିରସିନ୍ଧୁ ନାଏକ, ରଞ୍ଜୁକ୍ତା ପ୍ରଧାନ, ଅମିତ ଯାଦବ, ସେଖ୍ ମୁନାବର, ମହମ୍ମଦ କାଦୀର, ମିଲନ ମୁଣ୍ଡ, ନୀଳାମ୍ବର ସାହୁ, ପିନିକୀ ଆଚାର୍ଯ୍ୟ , ରବି ଚନ୍ଦ୍ର ନାଏକ, ଆଦିତ୍ୟ ରାଉତ, ଅଂଶୁମାନ ନାଗ, କୋସଲ ରାଉତ ପ୍ରମୁଖ ଯୋଗ ଦେଇଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User