ପ୍ରାକ ମୌସୁମୀ ବର୍ଷା ପରେ ଝରିଗାଁ ବ୍ଳକରେ ଚାଷ କାମ ଆରମ୍ଭ।
ଝରିଗାଁ,୧୦l୬(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷି ପ୍ରଧାନ ବ୍ଲକ ଭାବେ ପରିଚିତ।ବ୍ଳକର ୯୦ ପ୍ରତିଶତ ଲୋକ ଲୋକ କୃଷି ଉପରେ ନିର୍ଭରଶୀଳ।ତେବେ ପ୍ରଶାସନ ଏବଂ ଲୋକ ପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଝରିଗାଁ ବ୍ଳକରେ ଥିବା ଜମିରେ ଜଳସେଚନ ସୁବିଧା ହୋଇ ପାରୁନାହିଁ।ତେଣୁ ସ୍ଥାନୀୟ ଚାଷୀ ବର୍ଷା ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି।ସଠିକ ସମୟରେ ବର୍ଷା ନହେଲେ ବର୍ଷକର ଚାଷ ବୁଡିବା ସମ୍ଭାବନା ରହିଥାଏ।ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କ ଜମିରେ ଜଳ ସେଚନ ସୁବିଧା ପାଇଁ ବ୍ଳକର ବିଭିନ୍ନ ନାଳ ଓ ନଦୀ ଗୁଡିକରେ ଆଡ଼ିବନ୍ଧ ନିର୍ମାଣ କରାଯାଇଥିଲା।ତେବେ ଆଡ଼ିବନ୍ଧ ନିର୍ମାଣର ସ୍ଥାନ ନିରୂପଣ ଠିକ ନଥିବା ଯୋଗୁଁ ଆଡ଼ିବନ୍ଧ ଗୁଡିକ କୌଣସି କାମରେ ଆସୁନାହିଁ।ତେଣୁ ବର୍ଷା ପାଣି ଉପରେ ଚାଷୀ ମାନେ ନିର୍ଭର କରୁଛନ୍ତି।ଗତ କିଛି ଦିନ ତଳେ ଝରିଗାଁ ବ୍ଳକରେ ପ୍ରାକ ମୌସୁମୀ ବର୍ଷା ହେବା ପରେ ସ୍ଥାନୀୟ ଚାଷୀ ମାନେ ଚାଷ କାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।କିଛି ଚାଷୀ ଧାନ ଜମିରେ ଲଙ୍ଗଳ ଲଗାଇ ଚାଷ କରିବା ଆରମ୍ଭ କରିଛନ୍ତି।ଆଉ କିଛି ଚାଷୀ ଧାନ ଜମିରେ ଗୋବର ଖତ ସଂଗ୍ରହ କରୁଥିବା ବେଳେ ଆଉ କିଛି ଚାଷୀ ବିହନ କିଣିବା ପାଇଁ ବ୍ୟସ୍ତ ରହିଛନ୍ତି।ଚଳିତ ବର୍ଷ ଝରିଗାଁ ବ୍ଲକ କୃଷି ବିଭାଗ ପକ୍ଷରୁ ୮୩୬୧ ହେକ୍ଟର ଜମିରେ ଧାନ ଚାଷ,୭୪୩୬ ହେକ୍ଟର ଜମିରେ ମକା ଚାଷ ସହ ୧୧୪୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି।ବେସରକାରୀ ଶଙ୍କର ଜାତୀୟ ଧାନ ବିହନ ଚାଷୀଙ୍କୁ ବେଳେ ବେଳେ ଧକା ଦେଉଥିବା ଯୋଗୁଁ ଝରିଗାଁ ବ୍ଲକ କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ସରକାରୀ ଅଧିକ ଅମଳ କ୍ଷମ ଧାନ ବିହନକୁ ବହୁଳ ବ୍ୟବହାର ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି।ଚାଷୀଙ୍କ ସୁବିଧା ପାଇଁ ଲେମ୍ପସ ଏବଂ ସ୍ୱୀକୃତି ପ୍ରାପ୍ତ ବେସରକାରୀ କିଛି ଦୋକାନ ଗୁଡିକରେ ମଧ୍ୟ ସରକାରୀ ଧାନ ବିହନ ବିକ୍ରି କରାଯାଉଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)