ଫିରିଙ୍ଗିଆ ପୋଲିସ ଦ୍ୱାରା ବାଇକ ସହ ୧୨ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ I

Sep 18, 2025 - 22:20
Updated: 12 months ago
0 18
ଫିରିଙ୍ଗିଆ ପୋଲିସ ଦ୍ୱାରା ବାଇକ ସହ ୧୨ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ I

ଫିରିଙ୍ଗିଆ,୧୮l୯(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାରେ ଜାରି ରହିଛି ଅପରେସନ ପ୍ରହାର I ଏହି ପରିପେକ୍ଷୀରେ ପୁଣି ଥରେ ଫିରିଙ୍ଗିଆ ପୋଲିସ ଏକ ବାଇକ ସହ ବ୧୨ କିଲୋ ୨ ସହ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଏହି ଘଟଣାରେ ଜଣେ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି I ସୂଚନା ଅନୁସାରେ ଏକ ବାଇକ ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସ କୁ ଖବର ମିଳିଥିଲା I ଖବର ପାଇବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ଡ଼ିଏସପି ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ଓ ପ୍ରମୋଦ କୁମାର ପ୍ରଧାନ ଙ୍କ ସହ ଏକ ଟିମ ଫିରିଙ୍ଗିଆ ଥାନା ଅଧୀନରେ ଥିବା ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର କାଳିଆ ସାହି ନିକଟବର୍ତ୍ତୀ ସନିମନ୍ଦିର ନିକଟରେ ଜଗି ରହି ଗଞ୍ଜେଇ ବୋଝେଇ ହୋଇ ଆସୁଥିବା ବାଇକ କୁ ଧରିବାରେ ସଫଳ ହୋଇଥିଲେ I ଅନ୍ୟପଟେ ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଲାଇନପଡା ଗାଁ ର ନରେଶ କୁମାର ମୁଖି ବୋଲି ଜଣାପଡିଥିବା ବେଳେ ଗୁରୁବାର ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୨୧୪/୨୦୨୫ ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ସହ ଅଭିଯୁକ୍ତ କୁ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ ଙ୍କ ଉପସ୍ଥିତିରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User