ବକ୍ସି ତୁଳସୀପାଲି ପଞ୍ଚାୟତରେ ହାତୀ ଆତଙ୍କ: ମଣ୍ଡିରୁ ଧାନ ଖାଇଦେଲା, ଘଉଡ଼ାଇବାକୁ ଯାଇ ନାକେଦମ ହେଲେ ଲୋକେ

Jun 29, 2026 - 11:44
0 31
ବକ୍ସି ତୁଳସୀପାଲି ପଞ୍ଚାୟତରେ ହାତୀ ଆତଙ୍କ: ମଣ୍ଡିରୁ ଧାନ ଖାଇଦେଲା, ଘଉଡ଼ାଇବାକୁ ଯାଇ ନାକେଦମ ହେଲେ ଲୋକେ

ଭବାନୀପାଟଣା, ତା. ୨୯l ୬( ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବକ୍ସି ତୁଳସୀପାଲି ପଞ୍ଚାୟତରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ରବି ଧାନ ମଣ୍ଡିରେ ଗଚ୍ଛିତ ଧାନ ଖାଇବା ପାଇଁ ହାତୀଟି ବାରମ୍ବାର ମଣ୍ଡିକୁ ଆସୁଥିବାରୁ ଚାଷୀ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି।
ଶନିବାର ରାତିରେ ହାତୀଟି ଏକନାଗୁଡ଼ା ମଣ୍ଡିରେ ପଶି କିଛି ଚାଷୀଙ୍କ ଧାନ ଖାଇଥିଲା। ହାତୀକୁ ଘଉଡ଼ାଇବା ପାଇଁ ଚାଷୀମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ନାକେଦମ ହୋଇପଡ଼ିଥିଲେ। ପରେ ହାତୀଟି ସେଠାରୁ ବାହାରି ଗାଁ ଆଡ଼କୁ ଚାଲିଯାଇଥିଲା।
ସୂଚନା ଅନୁସାରେ, "ଗଣେଶ" ନାମରେ ପରିଚିତ ଏହି ଦନ୍ତା ହାତୀ ସାଧାରଣତଃ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ଫୁର୍ଲିଝରଣ ଜଳପ୍ରପାତ ନିକଟ ଅଞ୍ଚଳରେ ବିଚରଣ କରିଥାଏ। ବର୍ତ୍ତମାନ ଜୁନାଗଡ଼ ଅଞ୍ଚଳରେ ରବି ଧାନ ମଣ୍ଡି ଚାଲୁଥିବା ସହ ଭତ୍ରା ଡ୍ୟାମରେ ପାଣି ଥିବାରୁ ଜଙ୍ଗଲ ପାର ହୋଇ ହାତୀଟି ଏହି ଅଞ୍ଚଳକୁ ଆସିଥିବା ଅନୁମାନ କରାଯାଉଛି।
ବର୍ତ୍ତମାନ ମଧ୍ୟ ହାତୀଟି ସେହି ଅଞ୍ଚଳରେ ରହିଥିବାବେଳେ ବନ ବିଭାଗ ପକ୍ଷରୁ ତାକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇବା ପାଇଁ ଉଦ୍ୟମ ଜାରି ରହିଛି। ଏନେଇ ଜୁନାଗଡ଼ ରେଞ୍ଜର ସୀମାଞ୍ଚଳ ମିଶ୍ର ସୂଚନା ଦେଇଛନ୍ତି।

ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User