ବନ ବିଭାଗ କର୍ମଚାରୀଙ୍କ ଦାବି ଶୁଣୁ ନାହାନ୍ତି ସରକାର । ଆନ୍ଦୋଳନର ଚେତାବନୀ ।

Jun 10, 2025 - 19:42
0 30

କଳାହାଣ୍ଡି,୧୦l୬(ଷ୍ଟାର ନିୟୁଜ ଓଡ଼ିଶା): ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀରେ ଥିବା ଅଧିକାରୀ ମାନେ ଜଙ୍ଗଲରେ ନିଆଁ ଲିଭାଇବା, ଗଛର ସୁରକ୍ଷା କରିବା ଭଳି ଅନେକ ଗୁଡ଼ାଏ କାମ କରି ଆସୁଛନ୍ତି। ବାରମ୍ବାର ଶିକାରୀଙ୍କ ଗୁଳିରେ ବନ ବିଭାଗ କର୍ମଚାରୀଙ୍କ ଜୀବନ ଯାଉଥିବା ବେଳେ, ବର୍ତ୍ତମାନ ତାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନେକ ଥର ରାଜ୍ୟ ସରକାରଙ୍କୁ ତାଙ୍କ ସମସ୍ୟା ବିଷୟରେ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହି। ଏନେଇ ବିଭିନ୍ନ ଦାବି ନେଇ କଳାହାଣ୍ଡି ଜିଲ୍ଲାର ଉତ୍ତର ଓ ଦକ୍ଷିଣ ବନଖଣ୍ଡର ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ କୌଣସି ପଦକ୍ଷେପ ନନେବେ ତାହେଲେ ଜୁନ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ସର୍କଲ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଛୁଟି ନେଇ ୟୁନିଫର୍ମ ଏବଂ କଳା ବ୍ୟାଚ ପିନ୍ଧି ଧାରଣାରେ ବସିବେ, ତଥାପି ସରକାର ନ ଶୁଣନ୍ତି ତାହେଲେ ଭୁବନେଶ୍ବର ଯାଇ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ପ୍ରଶାସନ ବା ସରକାର ଏମାନଙ୍କ ପ୍ରତି କିଭଳି ପଦକ୍ଷେପ ଗ୍ରହଣ କରିବ ତାହା ଆଗାମୀ ଦିନରେ ଜଣା ପଡ଼ିବ ।

କଳାହାଣ୍ଡି ଜିଲ୍ଲାରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ 

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User