ବାଇକ ଦୁର୍ଘଟଣାରେ ଯୁବକ ମୃତ ।

ଝରିଗାଁ,୧୪l୭ (ଷ୍ଟାର ନିୟୁଜ ଓଡିଶା ): ବାଇକ ଦୁର୍ଘଟଣା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି |ସୂଚନା ପ୍ରକାରେ ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ସାନ ରାମସା ଗ୍ରାମର ଜମେ ପୂଜାରୀଙ୍କ ବଡ଼ ପୁଅ ଖଗପତି ପୂଜାରୀ (30)ମଟର ସାଇକେଲରେ କୌଣସି ଏକ କାର୍ଯ୍ୟରେ ଚକଳାପଦର ପଂଚାୟତକୁ ଯାଇ ସନ୍ଧ୍ୟା ପ୍ରାୟ 8ଘଂଟିକା ସମୟରେ ଘରକୁ ଫେରୁଥିଲା |ଏହି ସମୟରେ ବାସୁଦେବଗୁଡା ଗ୍ରାମର ଆମ୍ବତୋଟା ବୁଲାଣି ରାସ୍ତାରେ ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ଵରେ ଥିବା ଏକ ଆମ୍ବ ଗଛରେ ଧକ୍କା ହୋଇ ପାର୍ଶ୍ଵ ଜମିରେ କଚାଡି ହୋଇ ପଡ଼ିଥିଲେ |ମୁଣ୍ଡ ଓ ମୁହଁରେ ଅତ୍ୟଧିକ ଆଘାତ ଲାଗିଥିବା ରୁ ସେ ସେଠାରେ ଚେତାଶୂନ୍ୟ ଅବସ୍ଥାରେ ପଡି ରହିଥିଲେ |କିଛି ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦେବାରୁ ଘରଲୋକ ଏକ ବୋଲେରୋ ଭଡ଼ା କରି ଡାବୁଗାଁ ଡାକ୍ତରଖାନାକୁ ଘେନି ଯାଇଥିଲେ |ସେଠାରେ ପହଂଚିବା ପରେ ଡାକ୍ତର ମୃତ ଘୋଷଣା କରିବାରୁ ଝରିଗାଁ ଥାନାରେ ଆସି ଏକ ଲିଖିତ ଅଭିଯୋଗ କରିବା ପରେ ଡାବୁଗାଁ ଡାକ୍ତରଖାନାରେ ତାର ମର ଶରୀରର ପଞ୍ଚାନାମା ହୋଇଥିଲା ଓ ପରିବାରବର୍ଗ ଙ୍କୁ ମର ଶରୀର ହସ୍ତାନ୍ତର କରାଯାଇଥିଲା |ଗାଁରେ ଶବ ପହଂଚିବା ପରେ ଶୋକାକୁଳ ପରିବେଶରେ ଶବ ସତ୍କାର ହୋଇଛି |ଏ ଖବରଟି ପ୍ରସାରଣ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






