ବିଜେପି ଗ୍ରାମୀଣ ମଣ୍ଡଳର ବିକଶିତ ଭାରତ କର୍ମଶାଳା ଅନୁଷ୍ଠିତ।
ଫୁଲବାଣୀ, ୧୩l୬(ଷ୍ଟାର ନିୟୁଜ ଓଡ଼ିଶା):: ବିକଶିତ ଭାରତର ଅମୃତ କାଳ ସେବା ସୁଶାସନ ଏବଂ ଗରିବ କଲ୍ୟାଣରେ କେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ୧ବର୍ଷ ପୂର୍ତ୍ତି ଉପଲକ୍ଷେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର ଙ୍କ ନେତୃତ୍ୱରେ ମଣ୍ଡଳ ସ୍ତରୀୟ କର୍ମଶାଳା କଟ୍ରିଙ୍ଗିଆ ରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବରିଷ୍ଠ ବିଜେପି ନେତା ସ୍ୱରୂପାନନ୍ଦ ପଟ୍ଟନାୟକ ଏବଂ ଅନ୍ୟତମ ବକ୍ତା ଭାବେ ପୂର୍ବତନ ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କହଁର ଯୋଗ ଦେଇ ସରକାରଙ୍କର ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସଞ୍ଜୟ ଦିଗାଲ, କୋଡିନେଟର ଲୋଚନ ମଲ୍ଲିକ, ଜୟନ୍ତ କହଁର ସହ ବହୁ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମଣ୍ଡଳ ପ୍ରତିନିଧି ଲଳିତ ଦିଗାଲ।ଏହି ଅବସରରେ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ କରାଯାଇଥିଲା।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)