ଅଖିଳ ଭାରତୀୟ ଆଦିବାସୀ ଭତରା ସମାଜର ପଂଚାୟତ ସ୍ତରୀୟ କମିଟି ଗଠନ।

Jun 13, 2025 - 14:34
 0  138
ଅଖିଳ ଭାରତୀୟ ଆଦିବାସୀ ଭତରା ସମାଜର ପଂଚାୟତ ସ୍ତରୀୟ କମିଟି ଗଠନ।

ଝରିଗାଁ,୧୩l୬ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଂଚାୟତ ଅନ୍ତର୍ଗତ ଡ଼ୁମରପଦର ଗ୍ରାମ ଠାରେ ଆଜି ଅଖିଳ ଭାରତୀୟ ଆଦିବାସୀ ଭତରା ସମାଜର ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ମାନଙ୍କ ଉପସ୍ଥିତି ରେ ଏକ ବୈଠକର ଆୟୋଜନ କରାଯାଇଛି |ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ବ୍ଲକ ଅଖିଳ ଭାରତୀୟ ଆଦିବାସୀ ଭତରା ସମାଜର ସଭାପତି ସଦାନନ୍ଦ ଭତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଉପ ସଭାପତି ନୀଳାମ୍ବର ମାଝୀ, ବ୍ଲକ ସଂଯୋଜକ ଖଗପତି ଭତରା, ଉପଦେଷ୍ଟା ରାମଚନ୍ଦ୍ର ଭତରା, ପୂର୍ବତନ ସରପଞ୍ଚ ଡମ୍ବରୁ ଭତରା, କୋଷାଧକ୍ଷ ଗଦରୁ ଭତରା, ଅନନ୍ତ ରାମ ଭତରା, ମାନସାଏ ଭତରା ପ୍ରମୁଖ ମଞ୍ଚାସିନ ରହିଥିଲେ |ମୁଖ୍ୟ ଅତିଥି ଓ ସମସ୍ତ ସମ୍ମାନିତ ଅତିଥି ନିଜ ସମାଜର ଜନସାଧାରଣଙ୍କ ଶିକ୍ଷା, ଚାକିରୀ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ନିଜ ନିଜ ବକ୍ତବ୍ୟ ରଖିବା ସହିତ ଆମ ହକ ଆମକୁ ପାଇବାକୁ ହେଲେ ଆମକୁ ତୃଣମୂଳ ସ୍ତରରୁ ସଂଗଠିତ ହେବାକୁ ପଡିବ ବୋଲି ମତାମତ ଦେବା ପରେ ଚିତାବେଡା ପଂଚାୟତ ପାଇଁ ଏକ ପଂଚାୟତ ସ୍ତରୀୟ କମିଟି ଗଠନ କରାଯାଇଛି |ଉକ୍ତ କମିଟିରେ ରତନ ଭତରାଙ୍କୁ ସଭାପତି, ଶୁକଚାନ୍ଦ ଭତରାଙ୍କୁ ଉପ ସଭାପତି, କେଶବ ଚରଣ ଭତରାଙ୍କୁ ସମ୍ପାଦକ, ରବିସିଂ ପୂଜାରୀଙ୍କୁ ସହ ସମ୍ପାଦକ, ଅମିନ ଭତରାଙ୍କୁ କୋଷାଧକ୍ଷ ଭାବେ ଚୟନ କରାଯିବା ସହିତ ରାଇସିଂ ମାଝୀ, ଯୁଗଧର ପୂଜାରୀ, ଡମ୍ବରୁ ଭତରା, କପୁର ଭତରା, ଦଶମତ ଭତରା, ଭରତ ଭତରା, ପୂର୍ଣ୍ଣଚନ୍ଦ୍ର ଭତରା, ଡମୁ ଭତରା, କେଚ ଭତରା, ନରସିଂ ଭତରା, ପଦୁ ଭତରା, ଲଛି ଭତରା, ଲାୟବାନ ଭତରା, ବିଶୁ ଭତରା ଓ ଦଶମତ ଭତରା କମିଟିରେ ସଭ୍ୟ ରହିଥିବା ସୂଚନା ମିଲିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow