ବିଜେପି ଗ୍ରାମୀଣ ମଣ୍ଡଳ ପକ୍ଷରୁ କଳା ଦିବସ।
ଫୁଲବାଣୀ,୨୬|୬ (ଷ୍ଟାର ନିୟୁଜ) :ଦେଶରେ ୧୯୭୫ ମସିହା ଜୁନ୍ ୨୫ଜରୁରୀ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ବିଜେପି ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଫୁଲବାଣୀ ଗ୍ରାମୀଣ ମଣ୍ଡଳ ବିଜେପିର ସଭାପତି ଗୋଲକ ବିହାରୀ କହଁରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ମଣ୍ଡଳ ସଭାପତି ଆଦିତ୍ୟ କହଁର ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସୁବ୍ରତ କହଁର, ସଞ୍ଜୟ କୁମାର ଦିଗାଲ, ଲୋଚନ ମଲ୍ଲିକ,ଭାଗିରାମ ଦିଗାଲ, କୃଷ୍ଣ ଚନ୍ଦ୍ର କହଁର, ରାଜେଶ ଚନ୍ଦ୍ର ଦିଗାଲଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ୧୯୭୫ ମସିହା ଆଜିର ଦିନରେ କଂଗ୍ରେସ ଶାସନ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରିବାର କ୍ଷମତା ରାଜନୀତି ତଥା ଏକଛତ୍ରବାଦୀ ମାନସିକତା ଯୋଗୁ ଦେଶରେ ଜରୁରିକାଳୀନ ପରିସ୍ଥିତିଲାଗୁ କରି ଭାରତୀୟ ଗଣତନ୍ତ୍ରର ଆତ୍ମାକୁ ହତ୍ୟା କରାଯାଇଥିଲା । ସଧାରଣଲୋକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା । ବିନା କାରଣରେ ଲକ୍ଷାଧିକ ଭାରତୀୟଙ୍କୁ ଜେଲ୍ ପଠାଯାଇଥିଲା ଏବଂ ଚତୁର୍ଥ ସ୍ତମ୍ଭର ସ୍ଵରକୁ ଦବାଇ ଦିଆଯାଇଥିଲା ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ଚଳିତ ବର୍ଷ ଅର୍ଥାତ୍ ୨୦୨୫ରେ ଏହି କଳା ଦିବସର ୫୦ ବର୍ଷ ପୂର୍ତି ହେଉଛି । ଏହି ଅବସରରେ ଭାରତର ପ୍ରତ୍ୟେକ ନାଗରିକ ନିଜର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ପ୍ରତି ସତର୍କ ଓ ସଚେତନ ରହିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
What's Your Reaction?
Like
35
Dislike
0
Love
1
Funny
0
Wow
2
Sad
0
Angry
0
Comments (0)