ବିଜେପି ଫୁଲବାଣୀ ଗ୍ରାମୀଣ ମଣ୍ଡଳର ସାଙ୍ଗଠନିକ ବୈଠକ।
ଫୁଲବାଣୀ,୨୫ l ୪ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଶିପଡା ଶାଳବଣ ଠାରେ ଭାରତୀୟ ଜନତା ପାର୍ଟି ଫୁଲବାଣୀ ଗ୍ରାମୀଣ ତରଫରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଳିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ବିଜେପି ନେତା ତଥା ଜାତୀୟ ପରିଷଦ ସଦସ୍ୟ ସଞ୍ଜିତ ମଣ୍ଡଳ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ମାଝୀ , ବରିଷ୍ଠ ବିଜେପି ନେତା ତଥା ଜାତୀୟ ପରିଷଦ ସଦସ୍ୟ ସଞ୍ଜିତ ମଣ୍ଡଳ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓବିସି ମୋର୍ଚ୍ଚା ଦେବାଶିଷ ପ୍ରିୟଦର୍ଶିନ ସାହୁ,କନ୍ଧମାଳ ଜିଲ୍ଲା ଭାଜପା ଉପ ସଭାପତି ପରେଶ ମହାପାତ୍ର,ମିଣିଆ ସରପଞ୍ଚ ଗୌତମ ମଲ୍ଲିକ, କେରେଡ଼ି ସରପଞ୍ଚ ପ୍ରମୁଖ ଖମାରି,ପୂର୍ବତନ ଗ୍ରାମୀଣ ମଣ୍ଡଳ ଆଦିତ୍ୟ କହଁର,ମଣ୍ଡଳ ପ୍ରତିନିଧି ଲଳିତ ଦିଗାଲ,ଗଞ୍ଜୁଗୁଡ଼ା ପଞ୍ଚାୟତ ପ୍ରମୁଖ ପ୍ରକାଶ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଯୁବ ବିଜେପି ନେତା ଭାଗିରାମ ଦିଗାଲ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ଅଧୀନରେ ଥିବା ୧୧ଗୋଟି ପଞ୍ଚାୟତର ଶତାଧିକ ଭାଜପା କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ ।ଏହି ଅବସରରେ ଅବସରପ୍ରାପ୍ତ କର୍ମଚାରୀ ବିନାୟକ ବେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକଳାପରେ ଅତ୍ୟନ୍ତ ଖୁସି ହୋଇ ବିଧିବଦ୍ଧ ଭାବେ ଭାଜପା ରେ ଯୋଗ ଦେଇ ଥିଲେ। ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ଭାବେ ଦଳକୁ ବହୁ ମତ ମିଳିପାରିବ ଓ ଦଳ କିଭଳି ଭାବେ ସଂଗଠିତ ହୋଇପାରିବ ସେନେଇ ଆଲୋଚନା ହେବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା କିଭଳି ଭାବେ ଜନସାଧାରଣ ମାନଙ୍କ ପାଖରେ ପହଞ୍ଚି ପାରିବ ଏବଂ ସଫଳ ରୂପାୟନ କିଭଳି ଭାବେ ହୋଇପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା।

What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)