ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର।

Jul 14, 2025 - 08:33
0 36
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର।

ଝରିଗାଁ,୧୪l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ରାମସା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ପ୍ରକାରେ ରାମସା ଗ୍ରାମର ଗୋଟିଏ ପରିବାରର ରୁକ୍ମଣୀ ହରିଜନ(୬୫),ନିଳେନ୍ଦ୍ରୀ ହରିଜନ(୨୬),ଲିଙ୍ଗରାଜ ହରିଜନ(୨୫) ଏବଂ ଶିବାନୀ ହରିଜନ(୫) ଗତକାଲି ରାତ୍ର ନିଜ ବାଡ଼ରେ ଫୁଟି ଥିବା ଛତୁ ରୋଷେଇ କରି ଖାଇଥିଲେ।ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହୋଇଥିଲା।ପ୍ରାୟ ଆଠ ଥର ବାନ୍ତି ହେବା ପରେ ସମସ୍ତେ ଗୁରୁତର ହୋଇ ପଡ଼ିଥିଲେ।ତୁରନ୍ତ ସ୍ଥାନୀୟ ଆଶା ଦିଦି ମୁଙ୍ଗାଇ ହରିଜନଙ୍କୁ ସୂଚନା ଦେଇଥିଲେ।ଆମ୍ବୁଲାନ୍ସ ଉପଲବ୍ଧ ନଥିବା ଯୋଗୁଁ ଗୁରୁତର ଅବସ୍ଥାରେ ଅଟୋ ଯୋଗେ ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଦିଦି ଓ ପରିବାର ଲୋକ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି। ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User