ବୃଦ୍ଧା ମହିଳାଙ୍କୁ ରାତିରେ ବେକ କାଟି ହତ୍ୟା

Jul 12, 2025 - 21:28
0 40
ବୃଦ୍ଧା ମହିଳାଙ୍କୁ ରାତିରେ ବେକ କାଟି ହତ୍ୟା

BREAKING NEWS-କଳାହାଣ୍ଡି ଜିଲ୍ଲା  ୧୨/୦୭(ଷ୍ଟାରନିୟୁଜ ଓଡିଶା) ସଦର ଥାନା ଯୁଗସାଇପାଟଣା ମୁଶିଗୁଡା ଗାଁ ଅଭାବନୀୟ ଘଟଣା ଘଟିଛି। ବୃଦ୍ଧା ମହିଳା ଙ୍କୁ ରାତିରେ ବେକ କାଟି ହତ୍ୟା କଲା ମୁଶିଗୁଡା ଗାଁ ର ଯୁବକ। ସୁଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ଗ୍ରାମପଞ୍ଚାୟତର ତାଲବରା, ଗାଁ ର ଜଜନୀ ହରିଜନ(୭୫) ଏବଂ ପରିବାର ର ଅନ୍ୟ ଜଣେ ସମ୍ପର୍କିୟ ଙ୍କ ସହିତ ମୁଶିଗୁଡା ରେ ପଡୁଚାଷ କରି ରହୁଥିଲେ ।ହେଲେ ଗତ ରାତିରେ ଜନନୀ ହରିଜନ ଙ୍କୁ ସନ୍ଦେହ ଜନକ ଭାବରେ ଗ୍ରାମ ର ଯୁବକ ସଞ୍ଜିତ ନାଏକ ହତ୍ୟା କରି ଫେରାର ମାରିଛି। ପରିବାର ଲୋକେ ଅଭିଯୋଗ ପରେ ସଦର ଏସଡିପିଓ ଓ ସଦର ଥାନା ପୋଲିସ, ସାଇଣ୍ଟିଫିକ୍ ଟିମ୍, ପହଞ୍ଚି ଶବ ଜବତ କରିବା ସହ ଭବାନୀପାଟଣା ଜିଲ୍ଲା ମୁଖ୍ୟାଚିକିତ୍ସାଲୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ହେଲେ କାହିଁକି ବୃଦ୍ଧା ମହିଳା ଙ୍କୁ ବେକ କାଟି ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଦର ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User