ବେଆଇନ ପଟ୍ଟା ଜମି ଜବରଦଖଲ, ଜେସିବି ଲଗାଇ ଭାଙ୍ଗିଲା ପ୍ରଶାସନ।

May 30, 2025 - 21:45
0 117
ବେଆଇନ ପଟ୍ଟା ଜମି ଜବରଦଖଲ, ଜେସିବି ଲଗାଇ ଭାଙ୍ଗିଲା ପ୍ରଶାସନ।

ଫିରିଙ୍ଗିଆ,୩୦l୫(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ାରେ ଆଦିବାସୀଙ୍କ ପଟ୍ଟା ଜମିକୁ ବେଆଇନ ଭାବେ ଜବରଦଖଲ କରିବା ଘଟଣାକୁ ନେଇ କୋର୍ଟର ନିର୍ଦେଶ ପରେ ଜେସିବି ସହାୟତାରେ ମାଜିଷ୍ଟ୍ରେଟ ଏବଂ ପୋଲିସ ପ୍ରଶାସନଙ୍କ ଉପସ୍ଥିତରେ ବେଆଇନ ଭାବେ ନିର୍ମାଣଧୀନ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଗୋଚ୍ଛାପଡ଼ାର ଚକ୍ରପତି କହଁର ନାମକ ଜଣେ ବ୍ୟକ୍ତି ନିଜ ପଟା ଜମିରେ ଗୋଚ୍ଛାପଡ଼ା ଗାଁର ଜଣେ ବ୍ୟକ୍ତି ବେଆଇନ ଭାବେ ଜମି ଦଖଲ କରିଥିବା ନେଇ ଜମି ଫେରିପାଇବାକୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟ ଘଟଣାର ବିଚାର କରି ଆରଡିସି କେଶ ନଂ୨୩/୨୧ ଏବଂ ପତ୍ର ସଂଖ୍ୟା ୨୯/୧୭ ଏବଂ ୭/୪/୨୦୨୫ ତାରିଖରେ ବିଚାର ପରେ ଚକ୍ର ପତି କହଁରଙ୍କୁ ଜମି ଫେରସ୍ତ କରିବାକୁ ନିର୍ଦେଶ ଦେଇଥିଲେ l ଏହି ଘଟଣାରେ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ତରଫରୁ ମଧ୍ୟ ବେଆଇନ ଦଖଲ କରିଥିବା ବ୍ୟକ୍ତିଙ୍କୁ ଜମି ଛାଡ଼ିବା ସହ ଘର ଭାଙ୍ଗିବାକୁ ନୋଟିସ କରାଯାଇଥିଲା l ଏହି ଘଟଣା ପରେ ସମ୍ପୃକ୍ତ ବେଆଇନ ଦଖଲ କାରି ଘର ନ ଭାଙ୍ଗିବାରୁ ଆଜି ଉପ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ପୃଥ୍ୱୀରାଜ ମହାନନ୍ଦିଆ ଏବଂ ସୁପରଭାଇଜର ପ୍ରିୟଦର୍ଶୀନି ସାହୁ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ମିଥୁନ ଦିଗାଲ, ରାଜସ୍ବ ନିରୀକ୍ଷକ ସନ୍ଧ୍ୟାରାଣୀ ସାହୁ ଏସଆଇ ଅନନ୍ତ କୁମାର ପ୍ରଧାନ ଏବଂ ସୁରକ୍ଷା ଓ ସମସ୍ୟା ଦୃଷ୍ଟି କୋଣରୁ ପୋଲିସ ଓ ଯବାନଙ୍କ ଉପସ୍ଥିତରେ ବେଆଇନ ନିର୍ମାଣ ଧୀନ ଘର ଭାଙ୍ଗିବା ସହ ଅଭିଯୋଗ କାରି ଚକ୍ର ପତି କହଁରକୁ ଜମି ଦଖଲ କରିବାକୁ କହିଥିଲେ l ଘର ପାଖରେ ଏକ ମନ୍ଦିର ଥିବାରୁ ତାକୁ ଭାଙ୍ଗିବାକୁ ନେଇ କିଛି ସମୟ ପାଟି ତୁଣ୍ଡ ହୋ ହାଲା ହୋଇଥିଲା l

What's Your Reaction?

Like Like 3
Dislike Dislike 1
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User