ଭବାନୀପାଟଣାରେ “ଦ ପଦମକଶ୍ୟଥଳୀ ଏବଂ ଏକ୍ୟୁପ୍ରେସରକେନ୍ଦ୍ର” ଉଦ୍ଘାଟିତ

Feb 12, 2026 - 07:07
 0  16
ଭବାନୀପାଟଣାରେ “ଦ ପଦମକଶ୍ୟଥଳୀ ଏବଂ ଏକ୍ୟୁପ୍ରେସରକେନ୍ଦ୍ର” ଉଦ୍ଘାଟିତ

ଭବାନୀପାଟଣା, କଳାହାଣ୍ଡି,ତା.୧୧.୦୨ (ଷ୍ଟାର ନ୍ୟୁଜ ଓଡିଶା):କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରସ୍ଥିତ ବଡ଼ପଡା, ହସ୍ପିଟାଲ ଛକ୍‌ ନିକଟରେ “ଦ ପଦମ କଶ୍ୟଥଳୀ ଏବଂ ଏକ୍ୟୁପ୍ରେସର କେନ୍ଦ୍ର”ର ଶୁଭ ଉଦ୍ଘାଟନ ଆଜି ବୁଧବାର ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ସର୍ଜନ ଡା. ଜଳନ୍ଧର ମେହେରଙ୍କ ଦ୍ୱାରା କେନ୍ଦ୍ରଟିର ଉଦ୍ଘାଟନ ସମ୍ପନ୍ନ ହୋଇଥିଲା।ଏହି କେନ୍ଦ୍ରରେ ପାରମ୍ପରିକ ପଦମ କଶ୍ୟଥଳୀ ଚିକିତ୍ସା ପ୍ରଣାଳୀ ସହ ଆଧୁନିକ ଏକ୍ୟୁପ୍ରେସର ଚିକିତ୍ସା ସେବା ପ୍ରଦାନ କରାଯିବ। ଦେହିକ ଯନ୍ତ୍ରଣା, ସ୍ନାୟୁ ସମସ୍ୟା, ଯୋଡ଼ ବେଦନା, ମାଇଗ୍ରେନ୍‌ ଓ ବିଭିନ୍ନ ଦୀର୍ଘକାଳୀନ ରୋଗର ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ରହିବ ବୋଲି କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।
ଉଦ୍ଘାଟନ ଅବସରରେ ବକ୍ତାମାନେ କହିଥିଲେ ଯେ, ଏହି କେନ୍ଦ୍ର ଅଞ୍ଚଳବାସୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ ଓ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଲଭ କରିବ। ହସ୍ପିଟାଲ ଛକ୍‌ ନିକଟରେ ଅବସ୍ଥିତ ଥିବାରୁ ରୋଗୀମାନେ ସହଜରେ ସେବା ଗ୍ରହଣ କରିପାରିବେ।ସ୍ଥାନୀୟ ଲୋକମାନେ ଏହି ନୂତନ ପ୍ରୟାସକୁ ସ୍ୱାଗତ କରି ଭବିଷ୍ୟତରେ ଏହା ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂତନ ଦିଗ ଖୋଲିବ ବୋଲି ଆଶା ପ୍ରକାଶ କରିଛନ୍ତି।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ
ଜିଲ୍ଲା ପ୍ରତିନିଧି, କଳାହାଣ୍ଡି

What's Your Reaction?

like

dislike

love

funny

angry

sad

wow

SUJAYA EDITOR