ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଉଦଘାଟିତ ହେଲା ଶମ୍ଭୁ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।

Nov 10, 2025 - 21:27
0 26
ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଉଦଘାଟିତ ହେଲା ଶମ୍ଭୁ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।

କଳାହାଣ୍ଡି, ୧୦l୧୧ (ଷ୍ଟାର ନିୟୁଜ ଓଡିଶା ): ଭବାନୀପାଟଣା ଅଲ ଷ୍ଟାର୍ସ କ୍ରିକେଟ୍ କ୍ଲବ୍, ଭବାନୀପାଟଣା ପକ୍ଷରୁ ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଉଦଘାଟିତ ହେଲା ଶମ୍ଭୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନ ଲାଲବାହାଦୁର ସାଷ୍ଟ୍ରି ଷ୍ଟାଡିୟମ୍ ରେ 10.11.2025 ରୁ 18.11.2025 ପର୍ଯ୍ୟନ୍ତ ଚାଲିବ l ଏଥିରେ ଅଲ ଷ୍ଟାର୍ସ କ୍ରିକେଟ୍ କ୍ଲବ୍, ଭବାନୀପାଟଣା ସଭାପତି କୁନାଲ କୁମାର ବେହେରା। ସେକ୍ରେଟାରୀ ପ୍ରଶାନ୍ତ ମିଶ୍ର ଉପ ସଭାପତି ନିହାର ମିଶ୍ର, ଯୁଗ୍ମ ସେକ୍ରେଟାରୀ ପିଣ୍ଟୁ ମିଶ୍ର, କ୍ୟାସିୟର ଚନ୍ଦନ ପଣ୍ଡା, ବରିଷ୍ଠ ସଦସ୍ୟ ସେକ ଅର୍ଶଦ, ସୁଧାଂଶୁ ନାଏକ, ସମ୍ବିତ ବେହେରା, ମାନସ ରଞ୍ଜନ ବଡଜେନା, ଲିଟୁ ପଟ୍ଟନାୟକ, ଫାପୀ, ଚିତ୍ତ, ବାବୁ, ଆଦିଲ, ଏବଂ ରବିନ୍ଦ୍ର, ମୁନା, ବୁତା ସାଗର, ସୋନୁ, ଶିବ, ଜିମୁତ, ବାପି, ରାଜେଶ, ଲିଙ୍ଗ, ସନ୍ତୋଷ, ବଣ୍ଟି, ଅଶୋକ ଏବଂ କ୍ଲବ ର ସମସ୍ତ ମେମ୍ବର ଆଜି ମଶାଲ ଯାତ୍ରା ମାଁ ମାଣିକେଶ୍ୱରୀ ମନ୍ଦିର ଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିଲା । ଏଥିରେ କ୍ଲବ ର ସବୁ ମେମ୍ବର ଭାଗ ନେଇଥିଲେ l ମୁଖ୍ୟ ଅତିଥି ଭାବରେ ମହାରାଜା କଳାହାଣ୍ଡି ଅନନ୍ତ ପ୍ରତାପ ଦେଓଙ୍କ ଦ୍ୱାରା ମ୍ୟାଚ୍ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଏବଂ ଶ୍ରୀଯୁକ୍ତ ଅଜୟ ପଣ୍ଡା, ଏମ୍ଡି ପ୍ରଗତି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ଏବଂ ପ୍ରଦୀପ ଦାସ, ସଭାପତି ବଡମିଣ୍ଟୋ ଏବଂ କ୍ୟାରମ୍ ଆସୋସିଏସନ୍ ଉପସ୍ଥିତ ଥିଲେ l ଆଜି ସକାଳ ୧୦.୦୦ ରେ ସନ୍ ସାଇନ୍ କ୍ରିକେଟ୍ କ୍ଲବ୍ ବନାମ କଳାହାଣ୍ଡି ଟାଇଗର ମଧ୍ୟରେ ପ୍ରଥମ ମ୍ୟାଚ, ଦ୍ଵିତୀୟ ମ୍ୟାଚ୍ ୟୁନିକ୍ ୧୧, ଏମ୍. ରାମପୁର ବନାମ ଆରକେ ବ୍ଲାଷ୍ଟର, ରାୟଗଡା ମଧ୍ୟରେ ଅପରାହ୍ନ ୨.୦୦ ରେ ଏଥିରେ ମୋଟ ୧୬ ଟି ଦଳ l ସେମିଫାଇନାଲ ଏବଂ ଶେଷ ରାତି ମ୍ୟାଚ୍ ୧୬ ରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଟିତ ହେବ l ଫାଇନାଲ୍ ମ୍ୟାଚ୍ ଶ୍ରୀଯୁକ୍ତ ସାଗର ଦାସ, ବିଧାୟକ ସଦର, ଭବାନୀପାଟଣା ଉପସ୍ଥିତ ରହିବେ ବୋଲି ସୂଚନା ମିଳଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User