ଭାଜପା ପକ୍ଷରୁ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ।

Apr 04, 2025 - 19:20
Updated: 1 year ago
0 214
ଭାଜପା ପକ୍ଷରୁ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ।
ଭାଜପା ପକ୍ଷରୁ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ।

କନ୍ଧମାଳ,୪l୪: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ବିଜେପି ର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି ଉପସ୍ଥିତ ରହିଥିବା ବେଳେ ଅତିଥି ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ ମଙ୍ଗରାଜ,ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା,ମାନଗୋବିନ୍ଦ ପ୍ରଧାନ,ଦେବେନ୍ଦ୍ର କୁଦେଇ,ବିଧାୟିକା ପ୍ରାର୍ଥୀ କଳ୍ପନା କହଁର,ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ମଞ୍ଚାଷୀନ ରହିଥିଲେ।ମୁଖ୍ୟ ଅତିଥି ଓ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ବୈଠକରେ ଆସନ୍ତା ନିର୍ବାଚନ, ସଂଗଠନ ଶକ୍ତି ବୃଦ୍ଧି, ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଇକିଆ ଏଵଂ ମଣ୍ଡାସରୁ ମଣ୍ଡଳୀ ରୁ ବିଜେଡି ଏଵଂ କଂଗ୍ରେସ ଦଳରୁ ଦଡୀଙ୍ଗିଆ ସରପଞ୍ଚ ଅଶୋକ ପ୍ରଧାନ,କରଡ଼ା ସରପଞ୍ଚ ସାନୁଜ ପ୍ରଧାନ, ଗୁମାମାହା ସରପଞ୍ଚ ଶ୍ରୀମତୀ ପ୍ରମିଳା ପ୍ରଧାନ ସମେତ ବହୁତ କର୍ମୀ ବିଜେପି ରେ ସାମିଲ ହୋଇଥିଲେ l ଜିଲ୍ଲା ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ସମସ୍ତ ସରପଞ୍ଚ,ସମିତି ସଭ୍ୟ/ସଭ୍ୟାଙ୍କ ସହିତ ସମସ୍ତ ମଣ୍ଡଳ ସଭାପତି,ପୂର୍ବତନ ମଣ୍ଡଳ ସଭାପତି,ସାଧାରଣ ସମ୍ପାଦକ ଓ ସାଂସଦ ପ୍ରତିନିଧି,ବିଧାୟକ ପ୍ରତିନିଧି ଙ୍କ ସହିତ ସମସ୍ତ ମୋର୍ଚ୍ଚା ର ସଭାପତି ଓ ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।ଏହି ଅବସରରେ ନୂତନ ଭାବେ ମନାନୀତ୍ୱ ମଣ୍ଡଳ ସଭାପତି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।ବୈଠକ ଶେଷରେ ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User