ଶାଶିପଦର ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଶିଶୁ ବାଟିକା ଶୁଭାରମ୍ଭ

Apr 4, 2025 - 04:53
Apr 4, 2025 - 04:55
 0  49
ଶାଶିପଦର ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଶିଶୁ ବାଟିକା ଶୁଭାରମ୍ଭ

ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁ ବାଟିକା ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଗୋଷ୍ଠୀ ଶିକ୍ଷ୍ୟା କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ୨୪ ଗୋଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଶିଶୁ ବାଟିକା ବା ଖଡ଼ି ଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ଶାଶିପଦର ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ପ୍ରବେଶ ଉତ୍ସବ ଓ ଶିଶୁ ବାଟିକା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅତିଥି ଭାବେ ଶାଶିପଦର ଗ୍ରାମ ମୁକ୍ଷା ବନ୍ଦୁ କହଁର ଓ ପାଣ କୁଳ ସମାଜ ନିର୍ବାଚନ ଅଧିକାରୀ କେଶବ ଦିଗାଲ ଯୋଗଦେଇ ଥିଲେ ।ବିଦ୍ୟାଳୟକୁ ଝୋଟି, ଚିତ୍ର ଓ ରଙ୍ଗ ବେରଙ୍ଗ ସହିତ ଧୂପ,ଦୀପରେ ସଜାଯାଇ ଥିଲା । ପ୍ରଥମେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ମୁନି ଓ ସହକାରୀ ଶିକ୍ଷକ କାଳିଆ କହଁର ଏବଂ ଛାତ୍ରଛାତ୍ରୀ ମାନେ ନୂତନ ଭାବେ ଶିଶୁ ବାଟିକା ଯୋଗଦେଇ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଶିଶୁ ବାଟିକାରେ ଯୋଗ ଦେଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ ଖୁଡି ଛୁଆଁଇ ଥିଲେ । ସମସ୍ତ ଛାତ୍ରଛାତ୍ରୀମାନେ ଗ୍ରୁପ୍ ନାଚ କରିଥିଲେ । ଶେଷରେ ପୂର୍ବରୁ ଆୟୋଜନ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ହସ୍ତରେ ସାର୍ଟିଫିକେଟ ଓ ଖାତା ପ୍ରଦାନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ଅନନ୍ତ ମାଝି, ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ଗିତାଞ୍ଜଳୀ ସାହୁସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଧନଞ୍ଜୟ ମାଝୀ, ଆଲୋକ ଦିଗାଲ, ଗଣେଶ୍ଵର ସାହୁ,ସୁନାଶିର ଦିଗାଲ, ମୃତ୍ୟୁଞ୍ଜୟ ଦିଗାଲ, ଲିଲି କହଁର, ବିଦ୍ୟାଧର ବିଶୋଇ, ସନ୍ତୋଷ ପ୍ରଧାନ ସତ୍ୟ ଭାମ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR