ଭାଜପା ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ।

Sep 29, 2025 - 22:01
 0  15
ଭାଜପା ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ।

ଫୁଲବାଣୀ,୨୯|୯(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଭାଜପା ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଦଡ଼କି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ମଣ୍ଡଳ ସ୍ତରୀୟ କର୍ମଶାଳା ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତା ଆଦିତ୍ୟ କହଁର ଯୋଗଦେଇଥିବା ବେଳେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ମାଝୀ, ଫୁଲବାଣୀ ବିଧାୟକ ପ୍ରତିନିଧି ଲଳିତ ଦିଗାଲ,ଆତ୍ମନିର୍ଭର ଭାରତ ର ମଣ୍ଡଳ ସଂଯୋଜକ ଲୋଚନ ମଲ୍ଲିକ, ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସାଧାରଣ ସମ୍ପାଦକ ଜୟନ୍ତ କହଁର,ଦଡ଼କି ଗ୍ରାମ ପଞ୍ଚାୟତ ପ୍ରମୁଖ ବିଶ୍ୱନାଥ ମଲ୍ଲିକ,ବୁଥ୍ ସଭାପତି ଶୁକମୁନି ମଲ୍ଲିକ ମଞ୍ଚାସିନ ହୋଇ ଆତ୍ମନିର୍ଭର ଭାରତ ସହିତ ଆତ୍ମନିର୍ଭର ଓଡିଶା ଗଠନ ପାଇଁ କାର୍ଯ୍ୟକର୍ତ୍ତାଙ୍କ ସହିତ ସଂକଳ୍ପ ନେଇଥିଲେ। ୩୦ ସେପ୍ଟେମ୍ବର ରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଜନତାଙ୍କୁ ଆତ୍ମନିର୍ଭର ଭାରତ ପାଇଁ ସଚେତନତା ସୃଷ୍ଟି କରିବା ସହିତ ସ୍ୱଦେଶୀ ଆପଣେଇବା ପାଇଁ କାର୍ଯ୍ୟକ୍ରମ ଚାଲିବ। ଏହି କର୍ମଶାଳା ରେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ପ୍ରମୁଖ ଙ୍କ ସହିତ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR