ମସଲା ବ୍ୟବସାୟୀଙ୍କ ପୁଅ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର ।

କୋଷାଗୁମୁଡା ,୩l୫( ଷ୍ଟାର ନିୟୁଜ ଓଡ଼ିଶା): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜଣେ ଅଶିକ୍ଷିତ ତଥା ହାଟକୁ ହାଟ ବୁଲି ମସଲା ବ୍ୟବସାୟ କରୁଥିବା ଜଣେ ରମେଶ ପଣ୍ଡା ନାମକ ଜଣେ ବ୍ୟକ୍ତିର ପୁଅ କୋଷାଗୁମୁଡା ବ୍ଲକର ବ୍ଲକ ଟପ୍ପର ହୋଇଛନ୍ତି |ସେ ହେଉଛନ୍ତି ରମେଶ ପଣ୍ଡା ଓ ସଂଯୁକ୍ତା ପଣ୍ଡାଙ୍କ ପୁଅ ମନୋରଞ୍ଜନ ପଣ୍ଡା |ସେ ସରକାରୀ ଉଚ୍ଚ ବିଦ୍ୟାଳୟ କୋଷଗୁମୁଡାର ଛାତ୍ର ଅଟନ୍ତି |ସେ ମାଟ୍ରିକ ପରୀକ୍ଷାରେ ସର୍ବମୋଟ ୬୦୦ ନମ୍ବରରୁ ୫୪୩ ନମ୍ବର (ଶତକଡା ୯୦. ୫) ରଖି ବ୍ଲକରେ ଟପ୍ପର ଓ ଜିଲ୍ଲାରେ ମୋଟ ପାଞ୍ଚ ଜଣ ଏ-୧ ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପିତା ରମେଶ ପଣ୍ଡା ଜଣେ ହାଟ ବ୍ୟବସୟୀ ହୋଇଥିବା ବେଳେ ମା ସଂଯୁକ୍ତା ପଣ୍ଡା ଜଣେ ଗୃହିଣୀ ଅଟନ୍ତି । ଏହି ସଫଳତା ସେ ନିଜ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଵିତ୍ର ହାଲଦାର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷା ଓ ମାର୍ଗଦର୍ଶନ ସହ ସମ୍ମାନୀୟ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରପତି ସାହୁଙ୍କ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ସୁପର-୧୦୦ ଶିବିରର ସମସ୍ତ ବିଷୟ ବିଷାରଦ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିବା ସହ ସେମାନଙ୍କୁ କୃତଜ୍ଞତା ଜଣେଇଛନ୍ତି । ସେହିପରି ବିଦ୍ୟାଳୟର ଅନ୍ୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଇଭାଞ୍ଜଳି ଏଡ଼ଲା ୫୧୬ମାର୍କ , ଜଗନ୍ନାଥ ଗୌଡ଼ ୫୦୧ ମାର୍କ , ଶ୍ରୀଶାନ୍ତ ପଟ୍ଟନାୟକ ୪୯୭ ମାର୍କ ଓ ପୁନ୍ୟ କୁମାରୀ ନାୟକ ୪୮୫ ମାର୍କ ରଖି ଏ -୨ ଗ୍ରେଡ଼ରେ ପାସ ହୋଇଛନ୍ତି। ଚଳିତ ବର୍ଷ ବିଦ୍ୟାଳୟର ମୋଟ ୧୧୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ଜଣେ ଏ -୧ରେ ୪ ଜଣ,ଏ-୨ରେ ୧୧ ଜଣ,ବି-୧ରେ ୪୦ ଜଣ,ବି-୨ରେ ୪୩ ଜଣ, ସି ରେ ୧୧ ଜଣ ଓ ଡି ଗ୍ରେଡ଼ରେ ମୋଟ ୧୧୦ ଜଣ ପାସ କରିଛନ୍ତି। ସମଗ୍ର ଜିଲ୍ଲାରେ ପାସ ହାର ୯୫.୧୭ ଥିବାବେଳେ ଏହି ବିଦ୍ୟାଳୟର ପାସ୍ ହାର ୯୭. ୩୫ ରହିଛି। ସରକାରୀ ଉଚ୍ଚ ବିଦ୍ୟାଳୟର କୋଷାଗୁମୁଡାର ଏହି ସଫଳତା ପାଇଁ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






