ମହିଳା ଅଧିକାର କର୍ମଶାଳା ଅନୁଷ୍ଠିତ

Mar 06, 2026 - 17:50
0 12
ମହିଳା ଅଧିକାର କର୍ମଶାଳା ଅନୁଷ୍ଠିତ

ଜୁନାଗଡ଼, ୦୬/୦୩ (ଷ୍ଟାର ନିୟୁଜ ଓଡିଶା):

“ନାରୀ ଯେତେବେଳେ ସଂକଳ୍ପ ନିଏ ସେତେବେଳେ ସବୁକିଛି ସମ୍ଭବ ହୋଇଯାଏ। ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଏବେ ବାସ୍ତବ ରୂପ ନେବାକୁ ଆରମ୍ଭ କରିଛି” ବୋଲି ମଞ୍ଚାସୀନ ଅତିଥିମାନେ ମତ ପ୍ରକାଶ କରିଥିଲେ।
ଆନ୍ତର୍ଜାତିକ ମହିଳା ଦିବସ–୨୦୨୬ ଅବସରରେ ମହିଳା ଅଧିକାର ସଚେତନତାକୁ ନେଇ ଏକ କର୍ମଶାଳା ଜୁନାଗଡ଼ ବ୍ଲକର ବଣ୍ଡାକୁଟ୍ରା ସ୍ଥିତ “କର୍ତ୍ତବ୍ୟ” ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏବଂ ସ୍ୱେଚ୍ଛାସେବୀ ସଂଗଠନ “କର୍ତ୍ତବ୍ୟ”ର ଯୁକ୍ତ ଆୟୋଜନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଜୁନାଗଡ଼ ଓ ଧର୍ମଗଡ଼ ବ୍ଲକର ୫୨ ଜଣ ମହିଳା ଏହି କର୍ମଶାଳାରେ ଯୋଗଦେଇ ମହିଳା ଅଧିକାର, ଆର୍ଥିକ ସ୍ୱାଧୀନତା ଓ ସଚେତନତା ବିଷୟରେ ଆଲୋଚନାରେ ଭାଗନେଇଥିଲେ। ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଜେଣ୍ଡର ସ୍ପେସିଆଲିଷ୍ଟ ଶ୍ରୀ ମୋହନ ନାଏକ, ରିଲାଏନ୍ସ ଫାଉଣ୍ଡେସନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ଦେବେନ୍ଦ୍ର ପଟେଲ ଓ “କର୍ତ୍ତବ୍ୟ” ସଂଗଠନର ମୁଖ୍ୟ ନିର୍ବାହୀ ଶ୍ରୀ ଅଶୋକ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହା ସହିତ ରିଲାଏନ୍ସ ଫାଉଣ୍ଡେସନର ଟେକ୍ନିକାଲ ଲିଡ ସୁଶ୍ରୀ ରାଧା ଠାକୁର ଓ ସୁଶିଲ କୁମାର ବେହେରା ଅନଲାଇନ ମାଧ୍ୟମରେ ଯୋଗଦେଇ ମହିଳାମାନଙ୍କୁ ବିଭିନ୍ନ ତଥ୍ୟ ଓ ପରାମର୍ଶ ପ୍ରଦାନ କରିଥିଲେ।
କର୍ମଶାଳାରେ ଡିଜିଟାଲ କୌଶଳ ଓ ପ୍ରଯୁକ୍ତି ଜ୍ଞାନ, ମହିଳାଙ୍କ ଆଇନଗତ ଅଧିକାର ଓ ସଚେତନତା, ମହିଳା ଉଦ୍ୟମୀମାନଙ୍କ ପାଇଁ ବଜାର ସୁବିଧା ପ୍ରାପ୍ତି, ଆର୍ଥିକ ସାକ୍ଷରତା ଓ ସଶକ୍ତିକରଣ ଉପରେ ଅତିଥିମାନେ ବିସ୍ତୃତ ଆଲୋଚନା କରି ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ।
ଏହା ସହିତ “କର୍ତ୍ତବ୍ୟ” ସଂଗଠନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବଣ୍ଡାକୁଟ୍ରା ସହିତ ଗୋଲାମୁଣ୍ଡା, ଜୟପାଟଣା ଓ ଥୁଆମୂଲ ରାମପୁର ବ୍ଲକରେ ମଧ୍ୟ ସମାନ ଭାବେ ମହିଳା ଅଧିକାର ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ଏହି ସମସ୍ତ କର୍ମଶାଳାରେ ୨୦୦ ରୁ ଅଧିକ ମହିଳା ଯୋଗଦେଇ ନିଜ ମତାମତ ଓ ଅନୁଭବ ସେୟାର କରିଥିଲେ।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ
କଳାହାଣ୍ଡି
ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User