ମହିଳା ଙ୍କ ସୁରକ୍ଷା ପାଇଁ ଫିରିଙ୍ଗିଆ ରେ ବ୍ଲକ କଂଗ୍ରେସ ର ମଶାଲ ଶୋଭାଯାତ୍ରା I

Apr 16, 2025 - 08:36
0 96
ମହିଳା ଙ୍କ ସୁରକ୍ଷା ପାଇଁ ଫିରିଙ୍ଗିଆ ରେ ବ୍ଲକ କଂଗ୍ରେସ ର ମଶାଲ ଶୋଭାଯାତ୍ରା I

ଫିରିଙ୍ଗିଆ,୧୬l୪: ସାରା ରାଜ୍ୟରେ ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ମୁଖ୍ୟାଳୟ ଯାଏ ସବୁଠି ଶାନ୍ତିପୂର୍ଣ ଭାବରେ ମଶାଲ ଶୋଭାଯାତ୍ରା କରୁଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ କଂଗ୍ରେସ ତରଫରୁ ମଧ୍ୟ ଏହି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି I ତେବେ ରାଜ୍ୟରେ ମହିଳା ଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ ବିଫଳତା କୁ ଦର୍ଶାଇ ଓ ରାଜ୍ୟରେ ମହିଳା ଙ୍କ ସୁରକ୍ଷା, ଜାଳେଣି ଗ୍ୟାସ ରେ ଅହେତୁକ ଦରବୃଦ୍ଧି ପ୍ରତିବାଦ ରେ ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର କନ୍ଧମାଳ ଜିଲ୍ଲା ସଭାପତି ଘନ କୁମାର ଶବର ଙ୍କ ନେତୃତ୍ୱ ରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଏହି ଶୋଭାଯାତ୍ରା ରେ ଫିରିଙ୍ଗିଆ ଅଂଚଳର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଅନାମ ନାଏକ ଙ୍କ ସହ ଅଂଚଳର ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ I ତେବେ ଏହି ମଶାଲ ଶୋଭାଯାତ୍ରା ଟି ସ୍ଥାନୀୟ ପୀତବାଳି ମନ୍ଦିର ରୁ ବାହାରି ସହରର ମୁଖ୍ୟ ରାସ୍ତା ହୋଇ ବ୍ଲକ ଛକ ନିକଟରେ ପହଞ୍ଚିଥିଲା I ବ୍ଲକ ଛକରେ କଂଗ୍ରେସ କର୍ମୀ ମନେ ତାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User